ଓଡ଼ିଶା

ମୃତ୍ୟୁର ୨୪ଘଣ୍ଟା ପରେ ବି ପଡି ରହିଛି ଶବ, ହୋଇପାରୁନି ବ୍ୟବଚ୍ଛେଦ କି ପରିବାରକୁ କରାଯାଉନି ହସ୍ତାନ୍ତର

ବୌଦ୍ଧ: ପୋଲିସର ଏ କି ସେବା । ୨୪ ଘଣ୍ଟା ପରେ ବି ହୋଇ ପାରୁନି ଶବ ବ୍ୟବଚ୍ଛେଦ କି ପରିବାର ଲୋକଙ୍କୁ କରାଯାଉନି ଶବ ହସ୍ତାନ୍ତର । ମଙ୍ଗଲବାରଠାରୁ ବୌଦ୍ଧ ଜିଲ୍ଲା ପୁରୁଣାକଟକ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ପଡି ରହିଛି ଦୁଇ ଦୁଇ ଜଣ ବୃଦ୍ଧାଙ୍କ ଶବ ।

କନ୍ଧମାଳ ଜିଲ୍ଲା ସୁଡ଼ରୁକୁମ୍ପା ପୋଲିସ ନ ଆସିବା କାରଣରୁ ୨୪ ଘଣ୍ଟା ଧରି ପଡିରହିଛି ଦୁଇ ଦୁଇ ଜଣ ବୃଦ୍ଧାଙ୍କ ମୃତଦେହ । ଏହାକୁ ନେଇ ପରିବାରଲୋକ ଚିନ୍ତାରେ । ମଙ୍ଗଳବାର କନ୍ଧମାଳ ଜିଲ୍ଲା ରାଣୀପଥର ଘାଟିରେ ହୋଇଥିବା ଅଟୋ ଦୁର୍ଘଟଣାରେ ଦୁଇ ବୃଦ୍ଧାଙ୍କ ମୃତ୍ୟୁ ହୋଇଥିବା ବେଳେ ବୌଦ୍ଧ ଜିଲ୍ଲା ଚାରିଛକ ଦମକଳ ବାହିନୀ ତାଙ୍କୁ ଉଦ୍ଧାର କରି ପୁରୁଣା କଟକ ହସ୍ପିଟାଲରେ ଭର୍ତ୍ତି କରିଥିଲା । ହେଲେ ଦୁର୍ଘଟଣା କନ୍ଧମାଳ ଜିଲ୍ଲା ସୁଡୁରୁକୁମ୍ପା ଥାନା ଅଂଚଳରେ ଘଟିଥିବାରୁ ଏ ପର୍ଯ୍ୟନ୍ତ ସମ୍ପୃକ୍ତ ଥାନାର କୌଣସି କର୍ମଚାରୀ ହସ୍ପିଟାଲ ଆସିନାହାନ୍ତି । ସେପଟେ ଡାକ୍ତରଖାନାରେ ଶବ ପଡି ୨୪ଘଣ୍ଟା ହୋଇଯାଇଥିବା ବେଳେ ଶବରୁ ଦୁର୍ଗନ୍ଧ ହେବା ଆରମ୍ଭ ହୋଇଛି । ପରିବାର ଲୋକ ଅନାଇ ବସିଛନ୍ତି କେବେ ଶବ ସତ୍କାର କରିବେ ।  ଏପରି ସ୍ଥିତିରେ ପୋଲିସ ତୁତୁମେଁମେଁ ଭିତରେ ଅପମାନିତ ହେଉଛି ଶବ । ଏ ନେଇ ସାଧାରଣରେ ତୀବ୍ର ଅସନ୍ତୋଷ ଦେଖିବାକୁ ମିଳିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com