ଜାତୀୟ

ଟେକ୍ନୋଲଜି ଚୋରି କରିବାକୁ ଚୀନ କରୁଛି ଷଡଯନ୍ତ୍ର ! ବିଶ୍ୱର ଶିଳ୍ପପତିଙ୍କୁ ସତର୍କ କରାଇଲେ ଆମେରିକା ଏବଂ ବ୍ରିଟେନର ଗୁଇନ୍ଦା ମୁଖ୍ୟ

ନୂଆଦିଲ୍ଲୀ: ଚୀନର ଚାଲବାଜିକୁ ନେଇ ପୁଣି ଥରେ ସତର୍କ କରାଇଛନ୍ତି ଆମେରିକା ଏବଂ ବ୍ରିଟେନର ଗୁଇନ୍ଦା ମୁଖ୍ୟ । ଆମେରିକାର ଗୁଇନ୍ଦା ସଂସ୍ଥା ଏଫବିଆଇର ମୁଖ୍ୟ ଏବଂ ବ୍ରିଟେନର ଗଇନ୍ଦା ସଂସ୍ଥା ଏମ ୧୫ର ମୁଖ୍ୟ ପୁଣି ଥରେ ଚୀନ ସରକାରଙ୍କଠାରୁ ଥିବା ବିପଦ ବାବଦରେ ସତର୍କ କରାଇଛନ୍ତି । ଏକ ମିଳିତ ବୟାନରେ ଦୁହେଁ ବିଶ୍ୱର ଶିଳ୍ପପତିଙ୍କୁ ଚେତାବନୀ ଦେଇ ଚୀନ ସରକାରଙ୍କ ଠାରୁ ସଜାଗ କରିବାକୁ କହିଛନ୍ତି ।

ଏଫବିଆଇ ନିର୍ଦ୍ଦେଶକ ଖୀଷ୍ଟ୍ରୋଫର ୱରେ ଏବଂ ଏମ ୧୫ର ତାଙ୍କ ପ୍ରତିପକ୍ଷ କେନ ମ୍ୟାକୁଲମ କହିଛନ୍ତି, ଚୀନ ପ୍ରତିଯୋଗିତା ବଢାଇବା ପାଇଁ ବିଶ୍ୱର ଅନ୍ୟ ବଡ଼ ବଡ଼ କମ୍ପାନିର ଟେକ୍ନୋଲଜି ଚୋରାଇବାକୁ ଉଦ୍ୟମ କରିପାରେ । ଚୀନ ଦ୍ୱାରା କରାଯାଉଥିବା ଆର୍ଥିକ ଗୁଇନ୍ଦାଗିରି ଏବେ ଚିନ୍ତାର ବିଷୟ ହୋଇଛି। ଚୀନ ଦ୍ୱାରା ହ୍ୟାକିଂ ଅଫରେସନର ବ୍ୟବହାର ବିଦେଶରେ ଅସନ୍ତୋଷକୁ ଦବାଇବା ପାଇଁ କରାଯାଇପାରେ।

ଏଫବିଆଇ ନିର୍ଦ୍ଦେଶ କହିଛନ୍ତି, ଚୀନ ସରକାର ଆମ ଅର୍ଥନୀତି ଏବଂ ଜାତୀୟ ସୁରକ୍ଷା ପାଇଁ ବିପଦ ସୃଷ୍ଟି କରୁଥିବା ଆମେ ଅନୁଭବ କରୁଛୁ । ଆମ ଦୁଇ ଦେଶ ସହ ଆମର ମିତ୍ର ରାଷ୍ଟ୍ରଙ୍କ ପାଇଁ ମଧ୍ୟ ଏହା ବିପଦ ସୃଷ୍ଟି କରୁଛି ।

ପ୍ରଥମ ଥର ପାଇଁ ଏଫବିଆଇ ଏବଂ ଏମ ୧୫ର ମୁଖ୍ୟ ମିଳିତ ଭାବେ ଏପରି ବୟାନ ଜାରି କରିଥିବା କେନ ମ୍ୟାକୁଲମ କହିଛନ୍ତି । ଏକ ବୃହତ, ମିଳିତ ଚ୍ୟାଲେଞ୍ଜ ଉପରେ ଚୀନକୁ ସ୍ପଷ୍ଟ ସଂକେତ ଦେବା ପାଇଁ ଏପରି କରିଥିବା ସେ କହିଛନ୍ତି।

ଅନ୍ୟପଟେ ୱାଶିଂଟନରେ ଅବସ୍ଥାପିତ ଚୀନ ଦୂତାବାସର ମୁଖପାତ୍ର ଲ୍ୟୁ ପେନଗ୍ୟୁ ଏହି ସମସ୍ତ ଅଭିଯୋଗକୁ ଖଣ୍ଡନ କରିଛନ୍ତି। ଚୀନ ସମସ୍ତ ପ୍ରକାର ସାଇବର ଆଟାକକୁ ଦୃଢତାର ବିରୋଧ କରୁଛି ବୋଲି ସେ କହିଛନ୍ତି।

Related Articles

Back to top button
WP Twitter Auto Publish Powered By : XYZScripts.com