ବାଣିଜ୍ୟ

ଆକାଉଣ୍ଟରେ ଟଙ୍କା ନ ଥିଲେ ବି ଉଠେଇ ପାରିବେ ୧୦ ହଜାର ଟଙ୍କା, ଜାଣନ୍ତୁ କେମିତି

ଭୁବନେଶ୍ୱର, ୦୨/୧୨/୨୦୨୨-    ଯଦି ଆପଣ PM Jan Dhan ଖାତା ଖୋଲି ନାହାଁନ୍ତି, ତେବେ ଏହାକୁ ତୁରନ୍ତ ଖୋଲନ୍ତୁ । ପ୍ରଧାନ ମନ୍ତ୍ରୀ ଜନ ଧନ ଯୋଜନା ଅଧୀନରେ ଜିରୋ ବାଲାନ୍ସରେ ବ୍ୟାଙ୍କ ଆକାଉଣ୍ଟ ସଂଖ୍ୟା ବର୍ତ୍ତମାନ ୪୧ କୋଟି ଅତିକ୍ରମ କରିଛି । ଖାତାଧାରୀମାନେ ଏହା ଅଧୀନରେ ଖୋଲାଯାଇଥିବା ଆକାଉଣ୍ଟରେ ଅନେକ ସୁବିଧା ପାଆନ୍ତି । ଯଦିଓ ଆପଣଙ୍କର ଆକାଉଣ୍ଟରେ ବାଲାନ୍ସ ନାହିଁ, ଆପଣ ୧୦,୦୦୦ ଟଙ୍କା ପର୍ଯ୍ୟନ୍ତ ଉଠେଇ ପାରିବେ ।

ଏହା ବ୍ୟତୀତ ରୁପେ ଡେବିଟ୍ କାର୍ଡର ସୁବିଧା ଦିଆଯାଇଛି, ଯାହାଫଳରେ ଆପଣ ଆକାଉଣ୍ଟରୁ ଟଙ୍କା ଉଠାଇ ପାରିବେ ଏବଂ କ୍ରୟ ମଧ୍ୟ କରିପାରିବେ । ଉଲ୍ଲେଖନୀୟ କଥା ହେଉଛି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦୧୪ ରେ ସ୍ୱାଧୀନତା ଦିବସ ଭାଷଣରେ ଜନ ଧନ ଯୋଜନା ଆରମ୍ଭ କରିବାକୁ ଘୋଷଣା କରିଥିଲେ। ଏହି ଯୋଜନା ଚଳିତ ବର୍ଷ ଅଗଷ୍ଟ ୨୮ ରେ ଆରମ୍ଭ କରାଯାଇଥିଲା । ଅନେକ ସୁବିଧା ସହିତ ସରକାର ଏହି ଯୋଜନାର ଦ୍ୱିତୀୟ ସଂସ୍କରଣ ୨୦୧୮ ରେ ଆରମ୍ଭ କରିଥିଲେ।

 

Related Articles

Back to top button
WP Twitter Auto Publish Powered By : XYZScripts.com