ବାଣିଜ୍ୟ

ନ୍ୟାୟ ନ ମିଳିବା ପର୍ଯ୍ୟନ୍ତ ଏଭଳି ରୋଷେଇ କରି ଧାରଣାରେ ବସିଥିବି – ଦୀପିକା 

ବ୍ରହ୍ମପୁର, ୦୬/୦୯/୨୦୨୨-    ସ୍ତ୍ରୀର ହକ ଏବଂ ପୁଅକୁ ତା ବାପାର ପରିଚୟ ପ୍ରଦାନ ଦାବିରେ ୩୫ ଦିନ ହେବ ଧାରଣାରେ ବସିଛନ୍ତି ଦୀପିକା । ସୋମବାର ଠାରୁ ଦୀପିକା ଦିନେଶଙ୍କ ଘର ବାରଣ୍ଡାରେ ରୋଷଇ ଆରମ୍ଭ କରିଛନ୍ତି । ଯେତେଦିନ ପର୍ଯ୍ୟନ୍ତ ନ୍ୟାୟ ନ ମିଳିଛି ସେତେଦିନ ପର୍ଯ୍ୟନ୍ତ ଏଭଳି ରୋଷେଇ କରି ଦିନ ରାତି ଏକ କରି ଦିନେଶଙ୍କ ଘର ବାରଣ୍ଡାରେ ପଡ଼ି ରହିଥିବି ବୋଲି ଦୀପିକା କହିଛନ୍ତି ।

ସେପଟେ ୫୦ ହଜାର ଟଙ୍କା ନେଇ ଦୀପିକାଙ୍କ ସହ ଧାରଣାରେ ନ ବସିବା ପାଇଁ ଦିନେଶଙ୍କ ସାନ ଭାଇ କହିଥିବା ଅଭିଯୋଗ କରିଛନ୍ତି ଦୀପିକାଙ୍କ ସହଯୋଗୀ । ଆସନ୍ତା ୧୯ ତାରିଖରେ ମହିଳା କମିଶନ ନିକଟରେ ହାଜର ହୋଇ ଆପୋଷ ଆଲୋଚନା ପାଇଁ ଉଭୟ ପକ୍ଷକୁ କମିଶନ ପକ୍ଷରୁ ଚିଠି ହୋଇଛି । ବର୍ତ୍ତମାନ ସୁଦ୍ଧା କୌଣସି ନ୍ୟାୟ ମିଳିପାରିନାହିଁ । ଯେହେତୁ ଦିନ ରାତି ଧାରଣାରେ ବସିବାକୁ ପଡ଼ୁଥିଲା ସେଥିପାଇଁ ସେ ପ୍ରତିଦିନ ସକାଳୁ ଓ ସନ୍ଧ୍ୟାରେ ହୋଟେଲରୁ ଖାଦ୍ୟ ଆଣି ଖାଉଥିଲେ । ଯାହାଫଳରେ ବେଶ ଖର୍ଚ୍ଚାନ୍ତ ହେଉଥିଲେ । ଦୀପିକା ଧାରଣାରେ ବସିବା ପରେ ତାଙ୍କ ଦୋକାନ ବନ୍ଦ ହେବା ଦ୍ୱାରା ଆର୍ଥକ ଅବସ୍ଥା ଶୋଚନୀୟ ହୋଇପଡ଼ିଛି । ତେଣୁ ଖର୍ଚ୍ଚାନ୍ତରୁ ବଞ୍ଚିବା ନିମନ୍ତେ ସେ ରୋଷେଇ ଆରମ୍ଭ କରିଛନ୍ତି ।

ଦୀପିକା ଦିନେଶଙ୍କ ଘର ବାରଣ୍ଡାରେ ଧାରଣାରେ ବସିବା ସମୟରୁ ହିଁ ତାଙ୍କୁ ସହଯୋଗ କରି ଆସୁଛନ୍ତି ତାଙ୍କ ଦୋକାନରେ ରହୁଥିବା କର୍ମଚାରୀ କୁନା ସେଠୀ । କୁନା ଆଜି ଅପରାହ୍ନ ସମୟରେ ବଜାରକୁ ଟମାଟୋ ଆଣି ଯିବା ସମୟରେ ତାଙ୍କୁ ତିନି ଜଣ ଯୁବକ ଅଟକାଇଥିଲେ । ‘୫୦ ହଜାର ଟଙ୍କା ନେଇ ଦୀପିକାଙ୍କୁ ଆଉ ସହଯୋଗ ନ କରିବା ନିମନ୍ତେ କୁନାଙ୍କୁ କହିଥିଲେ । କିନ୍ତୁ କୁନା ରୋକଠୋକ ମନା କରିବା ପରେ ତାଙ୍କୁ ଜୀବନରୁ ମାରିଦେବା ନିମନ୍ତେ ଧମକ ଦେଇଛନ୍ତି । ତେବେ ତିନି ଜଣ ଯୁବକ ମୁହଁରେ ମାସ୍କ ପିନ୍ଧିଥିବା ଯୋଗୁଁ ସେ ସଠିକ୍ ଭାବେ ସମସ୍ତଙ୍କୁ ଜାଣିପାରିନଥିଲେ । ତଥାପି ମଧ୍ୟ ତିନି ଜଣଙ୍କ ମଧ୍ୟରୁ ଜଣେ ଯୁବକ ଦିନେଶଙ୍କ ସାନ ଭାଇ ବୋଲି ଦାବି କରିଛନ୍ତି କୁନା । ଦିନ ରାତି ଏକ କରି ଦୀପିକା ଯେଉଁଭଳି ଭାବେ ନ୍ୟାୟ ପାଇଁ ଲଢ଼େଇ କରୁଛନ୍ତି ତାଙ୍କୁ ନ୍ୟାୟ ନ ମିଳିବା ପର୍ଯ୍ୟନ୍ତ ସେ ଏଭଳି ଦୀପିକାଙ୍କୁ ସହଯୋଗ କରିବେ ବୋଲି କହିଛନ୍ତି,‘‘ ଦୀପିକାଙ୍କ ସହଯୋଗୀ କୁନା ।

Related Articles

Back to top button
WP Twitter Auto Publish Powered By : XYZScripts.com