ବାଣିଜ୍ୟ

ଜାଣନ୍ତୁ ସାଉଥ ହିରୋଇନମାନେ ଚଳଚିତ୍ରରେ କେତେ ଟଙ୍କା ଦାବି କରନ୍ତି

ଭୁବନେଶ୍ୱର, ୧୩ /୧୦/୨୦୨୨-   ଭାରତୀୟ ଚଳଚିତ୍ର ଜଗତରେ ବର୍ତ୍ତମାନ ସମୟରେ ରାଜୁତି କରୁଛି ଦକ୍ଷିଣ ଭାରତୀୟ ଚଳଚିତ୍ର । ଏଗୁଡିକର କାହାଣୀ ଯେତିକି ମନଛୁଆଁ ଅଭିନେତା ଅଭିନେତ୍ରୀମାନଙ୍କ ଅଭିନୟ ସେତିକି ବଳିଷ୍ଠ । ଯେଉଁଥିପାଇଁ ଖୁବ୍ କମ ସମୟରେ ଦର୍ଶକମାନଙ୍କ ହୃଦୟରେ ଏକ ସ୍ୱତନ୍ତ୍ର ଜାଗା ନେବା ସହ ମୋଟା ଅଙ୍କର ପାରିଶ୍ରମିକ ମଧ୍ୟ ପାଇଥାନ୍ତି । ଆସନ୍ତୁ ଜାଣିବା ବର୍ତ୍ତମାନ ସମୟର ଶ୍ରେଷ୍ଠ ୫ ଦକ୍ଷିଣ ଭାରତୀୟ ଅଭିନେତ୍ରୀଙ୍କ ପାରିଶ୍ରମିକ ବିଷୟରେ ।

ଏହି କ୍ରମରେ ପ୍ରଥମେ ଆସୁଛନ୍ତି ନୟନତାରା । ଗୋଟିଏ ଚଳଚିତ୍ର ପାଇଁ ସେ ୫ ରୁ ୧୦ କୋଟି ଟଙ୍କା ଦାବି କରିଥାନ୍ତି । ଦ୍ୱିତୀୟରେ ଆସୁଛନ୍ତି ପୂଜା ହେଗ୍‌ଡେ । ୨୦୧୪ରେ ଟଲିଉଡରେ ପାଦ ଦେଇଥିବା ପୂଜା ପ୍ରତି ଫିଲ୍ମ ପାଇଁ ସାଢେ ୩ କୋଟିରୁ ୫ କୋଟି ପର୍ଯ୍ୟନ୍ତ ଟଙ୍କା ଦାବି କରିଥାନ୍ତି । ତୃତୀୟ ସ୍ଥାନରେ ରହିଛନ୍ତି ସାମନ୍ଥା । ପ୍ରତି ଫିଲ୍ମ ପାଇଁ ସେ ସାଢେ ୩ କୋଟିରୁ ୪ କୋଟି ପର୍ଯ୍ୟନ୍ତ ଅର୍ଥ ଦାବି କରିଥାନ୍ତି । ତାଲିକର ଚତୁର୍ଥ ସ୍ଥାନରେ ଅଛନ୍ତି ତମନ୍ନା ଭାଟିଆ । ପ୍ରତି ଫିଲ୍ମ ପାଇଁ ସେ ୨ କୋଟିରୁ ସାଢେ ୩ କୋଟି ପର୍ଯ୍ୟନ୍ତ ଦାବି କରିଥାନ୍ତି । ତାଲିକାର ପଞ୍ଚମ ସ୍ଥାନରେ ରହିଛନ୍ତିି ରଶ୍ମିକା ମନ୍ଦନା । ପ୍ରତି ଫିଲ୍ମ ପାଇଁ ସେ ୩ କୋଟି ଟଙ୍କା ଦାବି କରିଥାନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com