ବାଣିଜ୍ୟ

ଅକ୍ଟୋବର ୧ରୁ ଦେଶରେ ଆରମ୍ଭ ହେବ ୫-ଜି ସେବା

ନୂଆଦିଲ୍ଲୀ, ୨୫/୦୯/୨୦୨୨-  ଅକ୍ଟୋବର ୧ରୁ ଦେଶରେ ୫-ଜି ସେବାର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ସରକାରଙ୍କ ନ୍ୟାସନାଲ ବ୍ରଡବ୍ୟାଣ୍ଡ ମିଶନ ପକ୍ଷରୁ ଟ୍ୱିଟ୍ ମାଧ୍ୟମରେ ଏହି ସୂଚନା ଦିଆଯାଇଛି । ଏସିଆର ସର୍ବବୃହତ ଟେକ୍ନୋଲୋଜି ପ୍ରଦର୍ଶନୀ ଇଣ୍ଡିଆ ମୋବାଇଲ କଂଗ୍ରେସରେ ଏହାର ଶୁଭାରମ୍ଭ କରାଯିବ । ଇଣ୍ଡିଆ ମୋବାଇଲ୍ କଂଗ୍ରେସ ହେଉଛି ଏସିଆର ସବୁଠାରୁ ବଡ଼ ଟେଲିକମ, ମିଡିଆ ଓ ଟେକ୍ନୋଲୋଜି ଫୋରମ ।

୫-ଜି ଟେକ୍ନୋଲୋଜି ଭାରତକୁ ଆସିବା ପରେ ବହୁତ ଫାଇଦା ହେବ । ଭାରତର ଡିଜିଟାଲ୍ ପରିବର୍ତ୍ତନ ଓ ସଂଯୋଗକୁ ଏହା ନୂଆ ଶିଖରରେ ପହଁଞ୍ଚାଇବ ବୋଲି କୁହାଯାଉଛି । ମୋବାଇଲ୍ ନେଟୱର୍କ ଅପରେଟର୍ସର ପ୍ରତିନିଧିତ୍ୱ କରୁଥିବା ବୈଷୟିକ ଶିଳ୍ପ ସଂସ୍ଥା ୨୦୨୩ ରୁ ୨୦୪୦ ମଧ୍ୟରେ ଭାରତୀୟ ଅର୍ଥନୀତି ୩୬ ଦଶମିକ ୪ ଟ୍ରିଲିୟନ୍ ଟଙ୍କା ବା ୪୫୫ ବିଲିୟନ ଡଲାର ଲାଭବାନ ହେବ ବୋଲି ଆଶା ରଖିଛି । ପୂର୍ବରୁ ୧୩ଟି ସହରରେ ଏହି ସେବା ଆରମ୍ଭ ହେବା ନେଇ କୁହାଯାଇଥିଲା । ମାତ୍ର ସେଥିରେ ଓଡ଼ିଶାର କୌଣସି ସହର ସ୍ଥାନ ପାଇନଥିଲା । କିନ୍ତୁ ପରେ ପ୍ରଥମ ପର୍ଯ୍ୟାୟରେ ଓଡ଼ିଶାରେ ଏହି ସେବା ଉପଲବ୍ଧ ହେବ ବୋଲି ଯୋଗଯୋଗ, ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଥିଲେ । ଟେଲିକମ ବିଭାଗ ଓ ସେଲୁଲାର ଅପରେଟର୍ସ ଆସୋସିଏସନ୍ ଅଫ୍ ଇଣ୍ଡିଆ ମିିଳିତ ଭାବେ ଏହାର ଆୟୋଜନ କରୁଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com