Breaking NewsFeaturedରାଜନୀତି

କୋର୍ଟରେ ହାଜର ହେଲେ ହେମନ୍ତ ସୋରେନ, ୧୫ ଦିନ ରିମାଣ୍ଡ ଆବେଦନ କରିପାରେ ଇଡି

ସାତ ଘଣ୍ଟାର ମାରାଥାନ ଜେରା ପରେ ବୁଧବାର ରାତିରେ ଗିରଫ ହୋଇଛନ୍ତି ଝାଡଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ । ରାଜ୍ୟପାଳଙ୍କୁ ଇସ୍ତଫା ଦେବାପରେ ଇଡି ହେମନ୍ତଙ୍କୁ ଗିରଫ କରିଛି । ଏହାପରେ ଝାଡଖଣ୍ଡ ରାଜନୀତିରେ ହଇଚଇ ସୃଷ୍ଟି ହୋଇଛି । ନିଜ ଗିରଫଦାରୀକୁ ଭଲ ଭାବେ ଜାଣିଥିବା ହେମନ୍ତ ନିଜ ପାଖରେ କ୍ଷମତା ରଖିବାକୁ ପ୍ରଥମେ ଧର୍ମପତ୍ନୀ କଳ୍ପନା ସୋରେନଙ୍କୁ ମୁଖ୍ୟମନ୍ତ୍ରୀ ଆସନରେ ବସାଇବାକୁ ଯୋଜନା କରିଥିବା ଆଲୋଚନା ହୋଇଥିଲା । ମାତ୍ର ଏହାକୁ ବିରୋଧ କରିଥିଲେ ତାଙ୍କ ଭାଉଜ ସୀତା ସୋରେନ୍ । ତାଙ୍କ ଦାବି ଅନୁସାରେ ସେ ନିଜେ କିମ୍ବା ତାଙ୍କ ଝିଅକୁ ସିଏମ କରିବାକୁ ଜିଦ୍ କରିଥିଲେ । ସେହିପରି ହେମନ୍ତଙ୍କ ସାନ ଭାଇ ବସନ୍ତ ସୋରେନଙ୍କୁ ବି ଦାବିଦାର ଦର୍ଶାଇଥିଲେ ସୀତା । କିନ୍ତୁ ସବୁ ବିବାଦ ଏବଂ ଆକଳନ ଉପରେ ପୂର୍ଣ୍ଣଚ୍ଛେଦ ପକାଇ ନିଜ କ୍ୟାବିନେଟର ପରିବହନ ମନ୍ତ୍ରୀ ଚମ୍ପାଇ ସୋରେନଙ୍କୁ ସିଏମ ଆସନରେ ବସାଇଛନ୍ତି । ଏନେଇ ଆବଶ୍ୟକ ପଦକ୍ଷେପ ସେ ଗ୍ରହଣ କରିଛନ୍ତି ।

ତେବେ ଗିରଫ ହେବାପରେ ହେମନ୍ତଙ୍କୁ ଗୁରୁବାର କୋର୍ଟରେ ହାଜର କରାଯାଇଛି । ଯାହା କୁହାଯାଉଛି ଅଧିକ ତଥ୍ୟ ସଂଗ୍ରହ ପାଇଁ ଇଡି ହେମନ୍ତଙ୍କୁ ୧୫ ଦିନିଆ ରିମାଣ୍ଡରେ ନେବାପାଇଁ କୋର୍ଟରେ ଆବେଦନ କରିପାରେ । ଏହାପରେ ହେମନ୍ତ ଭାଗ୍ୟ କଣ ହେବ ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । କାରଣ ଆଗକୁ ହେବାକୁ ଯାଉଛି ଲୋକସଭା ନିର୍ବାଚନ । ଏଭଳି ସ୍ଥିତିରେ ଯଦି ତାଙ୍କୁ ଜେଲ ହୋଇଯାଏ ତାହେଲେ ଜେଏମଏମ ଦଳକୁ ବଡ ମୂଲ୍ୟ ଦେବାକୁ ପଡିପାରେ ବୋଲି ଚର୍ଚ୍ଚା ହେଉଛି । ତେବେ ଝାଡଖଣ୍ଡରେ ମୁଖ୍ୟମନ୍ତ୍ରୀ ଭାବେ ଗିରଫ ହେବାରେ ହେମନ୍ତଙ୍କ ତୃତୀୟ ବ୍ୟକ୍ତି । ପୂର୍ବରୁ ତାଙ୍କ ବାପା ଶିବୁ ସୋରେନ ଏବଂ ମଧୁ କୋଡା ମଧ୍ୟ ଗିରଫ ହୋଇଥିଲେ ।

Related Articles

Back to top button
WP Twitter Auto Publish Powered By : XYZScripts.com