ଅନ୍ତର୍ଜାତୀୟଜାତୀୟ

ଏପଟେ ଚାଲିଛି ଋଷ-ୟୁକ୍ରେନ ଯୁଦ୍ଧ : ସେପଟେ ବାଲିଷ୍ଟିକ୍ ମିସାଇଲ ପରୀକ୍ଷଣ କଲା ଉତ୍ତର କୋରିଆ

ନୂଆଦିଲ୍ଲୀ() ଋଷ ଓ ୟୁକ୍ରେନ ମଧ୍ୟରେ ଘମାଘୋଟ ଲଢେଇ ଜାରି ରହିଛି । ସେପଟେ ଉତ୍ତର କୋରିଆ ଦୁଇଟି ମିସାଇଲ ପରୀକ୍ଷଣ କରିଛି । ଏନେଇ ଜାପାନ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

ଜାପାନ ସରକାର କହିଛନ୍ତି ଯେ, ଉତ୍ତର କୋରିଆ ଦୁଇଟି ମିସାଇଲ ପରୀକ୍ଷଣ କରିଛି । ତେବେ ଅଧିକ ତଥ୍ୟ ଜଣାପଡିନାହିଁ । ଏନେଇ ତଦନ୍ତ ଚାଲିଛି । ସବ ତଥ୍ୟ ମିଳିବା ପରେ ସରକାରୀ ଭାବେ ରିପୋର୍ଟ ପ୍ରକାଶ କରାଯିବ । ସେହିପରି ଦକ୍ଷିଣ କୋରିଆ ମଧ୍ୟ ଉତ୍ତର କୋରିଆର ମିସାଇଲ ପରୀକ୍ଷଣ ନେଇ ଅବଗତ ଥିବା କହିଛି । ଏହା ବାଲିଷ୍ଟିକ୍ ନିସାଇଲ ବୋଲି ଅନୁମାନ କରାଯାଉଛି ।

ଏହାପୂର୍ବରୁ ଉତ୍ତର କୋରିଆ ଜାନୁଆରୀ ୨୯ରେ ମିସାଇଲ ପରୀକ୍ଷଣ କରିଥିଲା । ୨୦୨୨ରୁ ଏବେସୁଦ୍ଧା ୧୦ରୁ ଅଧିକ ମିସାଇଲ ପରୀକ୍ଷଣ କଲାଣି ଉତ୍ତର କୋରିଆ । ଏପରିକି ଏହି ଦେଶ ହବାସୋସ-୧୨ ଇଣ୍ଡରମିଡିଏଟ୍ ରେଞ୍ଜ୍ ବାଲିଷ୍ଟିକ୍ ମିସାଇଲ ପରୀକ୍ଷଣ କରିଛି । ଯାହାର ଲକ୍ଷ୍ୟ ଭେଦୀ କ୍ଷମତା ସବୁଠାରୁ ଅଧିକ ।

Related Articles

Back to top button
WP Twitter Auto Publish Powered By : XYZScripts.com