ଓଡ଼ିଶା

ନୂଆବର୍ଷ ପୂର୍ବରୁ ଝଲସିବ ସ୍ମାର୍ଟ ସିଟି ଭୁବନେଶ୍ୱର

ନୂଆବର୍ଷ ପୂର୍ବରୁ ଝଲସିବ ସ୍ମାର୍ଟ ସିଟି ଭୁବନେଶ୍ୱର। ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କ ମୁକ୍ତା ଯୋଜନାରେ ସହରର ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଆରମ୍ଭ ହୋଇଛି। ଏହି କ୍ରମରେ ସହର ସୌନ୍ଦର୍ଯ୍ୟ ପାଇଁ ବିଏମସି ଆଉ ଦି ପାଦ ଆଗକୁ ବଢ଼ାଇଛି।

ଭୁବନେଶ୍ୱରର ମାଷ୍ଟର କ୍ୟାଣ୍ଟିନ ଛକରେ ଥିବା I LOVE BHUBANESWAR ପଏଣ୍ଟକୁ ଅତ୍ୟାଧୁନିକ ଡିଜାଇନରେ ସୁସଜ୍ଜିତ କରାଯାଇଛି। ଭର୍ଟିକାଲ ଗାର୍ଡେନ ସହ ୱାଟର ସିନେରୀ ଡିଜାଇନ, ଆଲୋକୀକରଣ, ସିଟିଙ୍ଗ ଓ ୱାଲକିଙ୍ଗ ସ୍ଥାନକୁ ଅଧିକ ଆକର୍ଷିତ କରାଯାଇଛି। ଏଥିପାଇଁ ୪୫ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି। ୩ଟି ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ଏହି କାର୍ଯ୍ୟ କରିଛନ୍ତି।

Related Articles

Back to top button
WP Twitter Auto Publish Powered By : XYZScripts.com