ଓଡ଼ିଶା

ବ୍ରହ୍ମପୁର ସହରର ଡ୍ରେନେଜ୍ ସମସ୍ୟା ନେଇ ମହାନଗର ନିଗମ ପକ୍ଷରୁ ଜରୁରୀକାଳୀନ ବୈଠକ

ବ୍ରହ୍ମପୁର  : ବ୍ରହ୍ମପୁର ମହାନଗର ନିଗମର ସ୍ବାସ୍ଥ୍ୟ ସ୍ୱାୟୀ କମିଟିର ଏକ ଜରୁରୀକାଳୀନ ବୈଠକ ମାନନୀୟ ମେୟରଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିଲା । ଉକ୍ତ ବୈଠକରେ ଉପସ୍ଥିତ ସର୍ବ ମେୟର ସଂଘମିତ୍ରା ଦଳାଇ, ବ୍ରହ୍ମପୁର ମହାନଗର ନିଗମ କମିଶନର ଜେ.ସୋନାଲ, ଡ଼େପୁଟି ମେୟର ଇ.ବିବେକ୍ ରେଡ୍ଡୀ, ଓ ଡେପୁଟି କମିଶନରଙ୍କ ତତ୍ତ୍ଵାବଧାନରେ ସମସ୍ତ ୪୨ ଗୋଟି ୱାର୍ଡର କର୍ପୋରେଟର ମାନଙ୍କ ତରଫରୁ ବ୍ରହ୍ମପୁର ସହରର ଡ୍ରେନେଜ୍ ସମସ୍ୟା ନେଇ ମହାନଗର ନିଗମ ପକ୍ଷରୁ ଏକ ଜରୁରୀକାଳୀନ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ପରିପ୍ରକ୍ଷୀରେ ଉପସ୍ଥିତ କର୍ପୋରେଟର ମାନଙ୍କୁ କମିଟିର ପ୍ରଥମ ବୈଠକରେ ମେୟର, ଡ଼େପୁଟି ମେୟର କମିଶନର ଓ ସମସ୍ତ ସଦସ୍ୟ/ସଦସ୍ୟାଙ୍କୁ ବୈଠକରେ ଯୋଗ ଦେଇଥିବାରୁ ଧନ୍ୟବାନ ଜଣାଇ ସଭା କାର୍ଯ୍ୟ ଆରମ୍ଭ କରିଥିଲେ । ପରେ କର୍ପୋରେଟର ମାନେ ନିଜ ନିଜ ୱାର୍ଡରେ ଥିବା ଅସ୍ଥାୟୀ ସମସ୍ୟା ଯାହା ଆଗାମୀ ବର୍ଷା ଲାଗି ଅସୁବିଧାର ସମ୍ମୁଖୀନ କରାଇପାରେ ସେନେଇ ସଭାରେ ଉପସ୍ଥିତ ସମସ୍ତ ସଦସ୍ୟ ଓ ସଦସ୍ୟା ଏକମତ ପ୍ରକାଶ କରିଥିଲେ ଯେ, ସହରର କିଛି ମୁଖ୍ୟ ସ୍ଥାନ କଲର୍ଭଟ ରହିଛି ତଥା ବାହାନା ନାଳକୁ ସଂଯୋଗ କରୁଛି ଓ ସେଠାରୁ ଜଳ ନିଷ୍କାସନ ସଠିକ ଭାବେ ନ ହୋଇପାରିବା ଯୋଗୁଁ ସହର କୃତ୍ରିମ ବନ୍ୟା ଭଳି ପରିସ୍ଥିତି ସୃଷ୍ଟି ହେଉଅଛି । ଏହାର ବିହିତ ପଦକ୍ଷେପ ନେବା ପାଇଁ କିଛି ପ୍ରସ୍ତାବ ମାନ ସଦସ୍ୟ ଓ ସଦସ୍ୟା ମାନେ ଉପସ୍ଥାପନ କରିଥିଲେ । ସମସ୍ୟାକୁ ଦୃଷ୍ଟିରେ ରଖି ମେୟର ଶ୍ରୀମତି ସଂଘମିତ୍ରା ଦଳେଇ ନିଜ ମତ ରଖିଥିଲେ ଯେ, ବର୍ଷା ଋତୁକୁ ଆଖି ଆଗରେ ରଖି ବ୍ରହ୍ମପୁର ସହରରେ ଯେଉଁ ଯେଉଁ ସ୍ଥାନରେ ଜଳବନ୍ଦୀ ହୋଇ ରହୁଅଛି ଉକ୍ତ ସ୍ଥାନକୁ ଚିହ୍ନଟ କରି ସ୍ଵଳ୍ପ ସମୟସୀମା ମଧ୍ୟରେ ସେଠାରୁ ଜଳ ନିଷ୍କାସନ କିପରି ସୂଚାରୁ ରୂପେ ହୋଇପାରିବ ତାହା ଉପରେ ପରାମର୍ଶ ଦେଇଥିଲେ । ବ୍ରହ୍ମପୁର ମହାନଗର ନିଗମ କମିଶନର ନିଜ ମତ ପ୍ରକାଶ କରିଥିଲେ ଯେ, ସହରର ଯେଉଁ ମୁଖ୍ୟ ବଡ଼ ବଡ଼ କଲର୍ଭଟ ରହିଛି, ସେହି କଲର୍ଭଟ ଗୁଡ଼ିକରେ ଛୋଟ ଛୋଟ ବୁଦା ଗଛ ରହିଛି ଓ ନାଳରୁ ମାଟି ବାହାର କରିବାର ଆବଶ୍ୟକତା ପଡ଼ୁଛି ସେଗୁଡ଼ିକୁ ଚିହ୍ନଟ କରି ବାହାର କରିବା ପାଇଁ ତଥା ଉକ୍ତ ସ୍ଥାନରୁ ବୁଦା ଗଛ ହଟାଇ କିପରି ସହରର ଜଳ ନିଷ୍କାସନ ସଠିକ ଭାବେ ହୋଇପାରିବ ଓ ସହର ମଧ୍ୟରେ କୃତ୍ରିମ ବନ୍ୟାର ରୂପ ଯେପରି ନେଇ ନପାରିବ ସେନେଇ ଆଜିର ଏହି ବୈଠକରେ ମତ ରଖିଥିଲେ । ମୁଖ୍ୟତଃ କଲର୍ଭଟ ଗୁଡ଼ିକ ଯଥା ଗେଟ୍ ବଜାର ଠାରୁ ଆରମ୍ଭ କରି ଗୋପାଳପୁର ଜଙ୍କସନ ପର୍ଯ୍ୟନ୍ତ, ଗେଟ୍ ବଜାର ଠାରୁ ଜ୍ୟୋତି ନଗର ଦେଇ ବାହାନା ନାଳକୁ ସଂଯୋଗ କରୁଥିବା ଗଜପତି ନଗର ମୁଖ୍ୟ ନାଳ, ନୀଳାଞ୍ଚଳ ନଗର ଅଳକାପୁରୀ ଆଇ.ଟି.ଆଇ ପଛ ଭାଗ ଠାରୁ ବାଞ୍ଛାନିଧ୍ଵ ନଗର, କଳିଙ୍ଗ ନଗର ଖୋଡ଼ାସିଙ୍ଗି ମୁଖ୍ୟ ରାସ୍ତା କଲର୍ଭଟ ଗୋପାଳପୁର ଛକ ଠାରୁ ଡୁରା ଯିବାର ମୁଖ୍ୟ ନାଳ ପୂର୍ବ ପୃଷ୍ଠାରେ ଦ୍ରଷ୍ଟବ୍ୟ ସ୍ଥାନକୁ ଚିହ୍ନଟ କରି ଉକ୍ତ ସ୍ଥାନକୁ ମଣିଷ ଓ ଯନ୍ତ୍ରପାତି ସାହାର୍ଯ୍ୟରେ ସଫେଇ କାର୍ଯ୍ୟ ଯୋଜନା ବଦ୍ଧ ଭାବରେ କରିବା ପାଇଁ ୧୦୦ ଜଣ ବାହାର କୁଲି ଓ ଅତି କମ୍‌ରେ ଚାରିଗୋଟି ଜେ.ସି.ବି ଗାଡ଼ି ନିୟୋଜିତ କରିବା ପାଇଁ ମହାନଗର ନିଗମ କମିଶନରଙ୍କୁ କ୍ଷମତା ପ୍ରଦାନ କରାଯାଇଛି ବୋଲି ସୂଚନା ମିଳିଛି । ଏହି ବୈଠକରେ କର୍ପୋରେଟର ଟି.ତିରୁପତି ପାତ୍ର, ଦୁର୍ଗା କୁମାର ଲାୟକ, ପ୍ରଶାନ୍ତ କୁମାର ପଟ୍ଟନାୟକ, ଆରତି ତନ୍ତୀ, ମଳୟ କୁମାର ବିଷୋୟୀ, ମମତା କୁମାରୀ ପାତ୍ର, ସଞ୍ଜିତ ପାଣିଗ୍ରାହୀ, ଭାଗିରଥି ମହାରଣା, ଅଶ୍ଵିନୀ ପଟ୍ଟନାୟକ, ଚିତ୍ରସେନ ମହାପାତ୍ର, ସୁରେନ୍ଦ୍ର ମହାରଣା, ସବିତା ସାହୁ, ସୋନାଲି ଗନ୍ତାୟତ, ଶ୍ରୀମତି ଶୁକ୍ଳା, ଆପ୍ପା ରାଓ, ରଞ୍ଜିତା ବେହେରା, ଡି.କରୁଣାକର, ନୀଳକଣ୍ଠ, ଧୀରେଶ ସାବତ, ସୂର୍ଯ୍ୟକାନ୍ତ ସୁବୁଦ୍ଧି, ଗିତାରାନୀ ପଣ୍ଡା, ବି.ପୁସ୍ପାବତି ପ୍ରମୁଖଙ୍କ ସମେତ ବହୁ କର୍ପୋରେଟର ମାନେ ଉପସ୍ଥିତ ଥିଲେ ।

Related Articles

Back to top button
WP Twitter Auto Publish Powered By : XYZScripts.com