ସ୍ୱାସ୍ଥ୍ୟ

କରୋନା ଅପଡେଟ୍: ଭାରତରେ ଆଉ ୧୭,୦୭୦ ମାମଲା, ୨୩ ମୃତ

ନୂଆଦିଲ୍ଲୀ : ଭାରତରେ କୋଭିଡ-୧୯ର ଆଉ ୧୭,୦୭୦ ନୂଆ ମାମଲା ଆସିବା ସହିତ ମୋଟ ସଂକ୍ରମଣ ୪,୩୪,୬୯,୨୩୪ କୁ ବୃଦ୍ଧି ପାଇଛି। ଏହି ସମୟରେ ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ୧,୦୭,୧୮୯ରେ ପହଞ୍ଚିଛି।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଶୁକ୍ରବାର ୮ଟା ପର୍ଯ୍ୟନ୍ତ ଅଦ୍ୟତନ ତଥ୍ୟ ଅନୁଯାୟୀ କରୋନାରେ ଆଉ ୨୩ ରୋଗୀଙ୍କ ମୃତ୍ୟୁ ପରେ ମୃତ୍ୟୁ ସଂଖ୍ୟା ୫,୨୫,୧୩୯ରେ ପହଞ୍ଚିଛି।

ସୂଚନା ଅନୁଯାୟୀ, ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ୧,୦୭,୧୮୯ କୁ ବୃଦ୍ଧି ପାଇଛି, ଯାହାକି ସମୁଦାୟ ସଂକ୍ରମଣର ୦.୨୫ ପ୍ରତିଶତ ଥିବାବେଳେ କୋଭିଡ-୧୯ ରୋଗୀଙ୍କ ଜାତୀୟ ଆରୋଗ୍ୟ ହାର ୯୮.୫୫ ପ୍ରତିଶତ ଅଟେ। ୨୪ ଘଣ୍ଟା ମଧ୍ୟରେ କରୋନାରେ ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟାରେ ୨,୬୩୪ ମାମଲା ବୃଦ୍ଧି ହୋଇଛି।

Related Articles

Back to top button
WP Twitter Auto Publish Powered By : XYZScripts.com