Featuredଅନ୍ତର୍ଜାତୀୟଜାତୀୟ

ସାହିତ୍ୟରେ ନୋବେଲ ପୁରସ୍କାର ଜିତିଲେ ଫରାସୀ ଲେଖିକା ଆନି ଅର୍ନକ୍ସ

ଫରାସୀ ଲେଖିକା ଆନି ଅର୍ନକ୍ସଙ୍କୁ ଚଳିତ ବର୍ଷ ସାହିତ୍ୟରେ ନୋବେଲ ପୁରସ୍କାର ଜିତିଛନ୍ତି । ୨୦୨୨ ବର୍ଷ ସାହିତ୍ୟରେ ନୋବେଲ ପୁରସ୍କାର ବିଜେତା ଭାବେ ଆନି ଅର୍ନକ୍ସଙ୍କ ନାଁ ଘୋଷଣା କରାଯାଇଛି । ସ୍ୱିଡିସ ରାଜଧାନୀ ଷ୍ଟକହୋମରେ ଆୟୋଜିତ କାର୍ଯ୍ୟକ୍ରମରେ ଏହି ଘୋଷଣା କରିଛି ନୋବେଲ ପୁରସ୍କାର କମିଟି । ଆନିଙ୍କୁ ତାଙ୍କ ବହି କରେଜ ଆଣ୍ଡ କ୍ଲିନିକାଲ ଆକ୍ୟୁଟି ପାଇଁ ନୋବେଲ ପୁରସ୍କାର ଦିଆଯିବ । ଆନିଙ୍କ ନୈତିକ ସାହାସ ତଥା ଚିନ୍ତନରେ ତିକ୍ଷ୍ମତା ନିମନ୍ତେ ତାଙ୍କୁ ସମ୍ମାନିତ କରାଯିବ ବୋଲି ନୋବେଲ ଏକାଡେମୀ ପକ୍ଷରୁ କୁହାଯାଇଛି । ସାମାଜିକ ଅସମାନତାଭଳି ଜଟିଳ ପ୍ରସଙ୍ଗକୁ ଆନି ସରଳ ଭାଷା ଓ ସହଜ ଢଙ୍ଗରେ ଲେଖି ଲୋକଙ୍କ ପାଖରେ ପହଂଚାଇଛନ୍ତି । ୮୨ ବର୍ଷ ବୟସ୍କ ଆନି ଏର୍ନକ୍ସ ଫରାସୀ ସମେତ ଇଂରାଜୀରେ ଅନେକ ଉପନ୍ୟାସ, ନାଟକ ଲେଖିଛନ୍ତି । ସେ କିଛି ଫିଲ୍ମର କାହାଣୀ ମଧ୍ୟ ଲେଖିଛନ୍ତି । ଫରାସୀ ଭାଷାରେ ସେ ସବୁଠାରୁ ଲୋକପ୍ରିୟ କଥାକାର । ୧୯୪୦ରେ ଜନ୍ମିତ ଆନି ବହୁଚର୍ଚ୍ଚିତ ‘ଜର୍ଣ୍ଣାଲ ଡୁ ଡେହୋର୍ସ’, ‘ଲା ଭି ଏକ୍ସଟିରିୟର’ ପୁସ୍ତକ ଲେଖିଛନ୍ତି । ଏହି ପୁସ୍ତକରେ ସେ ତାଙ୍କ ପିଲାଦିନର ଜୀବନୀକୁ ସ୍ଥାନ ଦେଇଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com