ଓଡ଼ିଶା

ଜେଲ୍‌ ପାଇଖାନାରେ ହତ୍ୟା ଅଭିଯୁକ୍ତର ମୃତଦେହ

ପୁରୀ() ଏକ ହତ୍ୟା ମାମଲାରେ ଗତ ଜୁଲାଇ ମାସରେ ଜେଲ ଯାଇଥିବା ସାନମୁଣ୍ଡି ଓରଫ ଶିବନାରାୟଣ ବିଶ୍ବାଳର ମୃତଦେହ ଆଜି ପୁରୀ ଜିଲ୍ଲା କାରାଗାରର ପାଇଖାନାରୁ ଉଦ୍ଧାର ହୋଇଛି। ଜେଲ କର୍ତ୍ତୃପକ୍ଷ ପାଇଖାନାରୁ ତାକୁ ସଦର ମୁଖ୍ୟ ଚିକିତ୍ସାଳୟକୁ ଆଣିବା ପରେ ଡାକ୍ତର ତାକୁ ମୃତ ଘୋଷଣା କରିଛନ୍ତି। ଏନେଇ ରାମଚଣ୍ଡି ଥାନା ପୁଲିସ ତଦନ୍ତ ଆରମ୍ଭ କରିଥିବା ବେଳେ ଆସନ୍ତାକାଲି ଶବ ବ୍ୟବଚ୍ଛେଦ କରାଯିବ ବୋଲି ଜଣାପଡ଼ିଛି। ଖବର ନେବାରେ ଜଣାପଡ଼ିଛି ଯେ ଏକ ହତ୍ୟା ମାମଲାରେ ଗିରଫ ହୋଇ ପୁରୀ ଜିଲ୍ଲା କାରାଗାରର ୧୮ ନମ୍ବର ୱାର୍ଡରେ ଥିବା ସାନମୁଣ୍ଡି ଓରଫ ଶିବନାରାୟଣ ବିଶ୍ବାଳ(୪୪) ଆଜି ପୂର୍ବାହ୍ନରେ ନିଜର ନିତ୍ୟକର୍ମ ପାଇଁ ସାଢ଼େ ଦଶଟା ସମୟରେ ପାଇଖାନାକୁ ଯାଇଥିଲା। ଏହାପରେ ପ୍ରାୟ ଅଧଘଣ୍ଟା କାଳ ସେ ନଫେରିବାରୁ ତା’ର ଭାଇ ଗେଡ଼ୁ ମୁଣ୍ଡି ଓରଫ ସୂର୍ଯ୍ୟନାରାୟଣ ବିଶ୍ବାଳ ଏନେଇ ଜମାଦାରଙ୍କୁ ଜଣାଇଥିଲା। ସଙ୍ଗେ ସଙ୍ଗେ ଜେଲ କର୍ତ୍ତୃପକ୍ଷ ତାଙ୍କୁ ସଞ୍ଜାହୀନ ଅବସ୍ଥାରେ ପାଇଖାନାରୁ ଉଦ୍ଧାର କରି ଜେଲ ଡାକ୍ତରଖାନାରେ ଦେଖାଇ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟକୁ ନେଇଯାଇଥିଲେ। ମାତ୍ର ଏଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ଖବର ପାଇ ରାମଚଣ୍ଡି ଥାନା ପୁଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି।

ସୂଚନାଯୋଗ୍ୟ ଯେ ଗତ ବର୍ଷ ସେପ୍ଟେମ୍ବର ମାସ ୨୫ ତାରିଖ ସନ୍ଧ୍ୟା ସମୟରେ ବାସେଳିସାହି ଥାନା ଅଞ୍ଚଳରେ ହୋଇଥିବା ଜିତେନ୍ଦ୍ର ପୁରୋହିତ ହତ୍ୟାକାଣ୍ଡ ମାମଲାରେ ପୁଲିସ ତାଳବଣିଆ ଥାନା ଅନ୍ତର୍ଗତ ସର୍ବୋଦୟ ନଗରର ତିନି ଭାଇ ଗେଡ଼ୁ ମୁଣ୍ଡି ଓରଫ ସୂର୍ଯ୍ୟନାରାୟଣ ବିଶ୍ବାଳ(୩୬), ସାନ ମୁଣ୍ଡି ଓରଫ ଶିବନାରାୟଣ ବିଶ୍ବାଳ(୪୪), ଅଗ ମୁଣ୍ଡି ଓରଫ ଲକ୍ଷ୍ମୀନାରାୟଣ ବିଶ୍ବାଳ(୩୨) ଓ ବାସେଳିସାହି ଥାନା ଅନ୍ତର୍ଗତ ତ୍ରିଦେବ ନଗରର ବ୍ରାହ୍ମଣସାହିର ଆଶିଷ କୁମାର ରଥ(୧୯) ଏବଂ ମାର୍କଣ୍ଡେଶ୍ବରସାହି ପାଣ୍ଡେ ଜାଗା ନିକଟରେରହୁଥିବା ଜଗା ଓରଫ ନିରଞ୍ଜନ ମହାନ୍ତି(୩୫)କୁ ୧୩୧/୨୧ ନମ୍ବର ମାମଲାରେ ଗିରଫ କରି କୋର୍ଟଚାଲାଣ କରିଥିଲା। ସେମାନେ ଏବେ ବିଚ‌ାର ବିଭାଗୀୟ ହାଜତରେ ଥିଲେ।

Related Articles

Back to top button
WP Twitter Auto Publish Powered By : XYZScripts.com