ଓଡ଼ିଶା

ତୁଳସୀ କ୍ଷେତ୍ରରେ ପ୍ରଭୁ ଶ୍ରୀ ବଳଦେବ ଜୀଉଙ୍କ ରଥଯାତ୍ରା : ଦେବୋତ୍ତର କାର୍ଯ୍ୟାଳୟ ନିକଟରେ ଅଟକିଲା ରଥ, ଶନିବାର ମାଉସୀମା’ ମନ୍ଦିରରେ ପହଞ୍ଚିବ

କେନ୍ଦ୍ରାପଡା: ପବିତ୍ର ଶ୍ରୀଗୁଣ୍ଡିଚା ଯାତ୍ରା । ତୁଳସୀ କ୍ଷେତ୍ରରେ ଆରାଧ୍ୟ ଦେବତା ପ୍ରଭୁ ଶ୍ରୀ ବଳଦେବଜୀଉଙ୍କ ରଥଯାତ୍ରା ରୀତିନୀତି ଅନୁଯାୟୀ ପାଳିତ ହୋଇଯାଇଛି l ଅପରାହ୍ନ ୩ ଟାରେ ଶ୍ରୀଜିଉଙ୍କ ପହଣ୍ଡି ଆରମ୍ଭ ହୋଇଥିଲା l ସନ୍ଧ୍ୟା ୫ଟା ସୁଦ୍ଧା ତିନି ଦିଅଁ ରଥାରୁଢ ହେବାପରେ ରାଜପୁରୋହିତ ମୃତ୍ୟଞ୍ଜୟ ପତ୍ରୀ ଛେରା ପହଁରା କରିଥିଲେ l ପରେ ପରେ ହଜାର ହଜାର ଶ୍ରଦ୍ଧାଳୁ ଶ୍ରୀ ବଳଦେବଜୀଉଙ୍କ ବ୍ରହ୍ମ ତାଳଧ୍ଵଜକୁ ଟାଣି ନେଇଥିଲେ l

ତେବେ ପରମ୍ପରା ଅନୁଯାୟୀ  ଶୁକ୍ରବାର ଦେବୋତ୍ତର କାର୍ଯ୍ୟାଳୟ ନିକଟରେ ରଥ ଅଟକି ରହିଛି l ଶନିବାର ରୀତିନୀତି ଶେଷ ହେବା ପରେ ରଥ ମାଉସୀମା ମନ୍ଦିରରେ ପହଁଞ୍ଚିବ । ଅନ୍ୟପକ୍ଷରେ ଆଜି ସକାଳ ୬ ଟାରେ ଜୟମଙ୍ଗଳ ଆଳତି କରାଯାଇ ନୀତି ସ୍ନାନ ବଲ୍ଳଭ ଓ ଖେଚୁଡ଼ି ଧୂପ କରାଯାଇଥିଲା । ତେବେ ସେନାପଟା ଓ ମଙ୍ଗଳାର୍ପଣ ପରେ ପହଣ୍ଡି ଆରମ୍ଭ ହୋଇଥିଲା l ଦୁଇ ବର୍ଷ ପରେ ବଡଦାଣ୍ଡରେ ରଥ ଗଡୁ ଥିବାରୁ ଶ୍ରଦ୍ଧାଳୁମାନଙ୍କ ମଧ୍ୟରେ ବେଶ୍ ଉତ୍ସାହ ପରିଲକ୍ଷିତ ହୋଇଛି l ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ବ୍ୟାପକ ପୋଲିସ ମୁତୟନ କରାଯାଇଛି l

Related Articles

Back to top button
WP Twitter Auto Publish Powered By : XYZScripts.com