ଓଡ଼ିଶା

ବାଣପୁର ଘଟଣାକୁ ଯେତେ ନିନ୍ଦା କଲେ ବି କମ୍‌- ବିଜେଡି

ଭୁବନେଶ୍ୱର() ଖୋର୍ଦ୍ଧା ବାଣପୁର ବ୍ଲକ ଆଗରେ ଚିଲିକା ବିଧାୟକଙ୍କ ଗାଡ଼ି ଦୁର୍ଘଟଣା ଘଟଣା । ପ୍ରେସମିଟ୍‌ କରି ଘଟଣାକୁ ନିନ୍ଦା କଲେ ବିଜେଡି ସାଂସଦ ସସ୍ମିତ ପାତ୍ର ।

ସାଂସଦ ଆହୁରୀ ମଧ୍ୟ କହିଛନ୍ତି ଯେ, ବାଣପୁର ବ୍ଲକ ଆଗରେ ଚିଲିକା ବିଧାୟକଙ୍କ ଗାଡ଼ିରେ ଏକାଧିକ ଲୋକ ଆହତ ହୋଇଛନ୍ତି । ଯାହାବି ହୋଇଛି , ତାହା ଅତ୍ୟନ୍ତ ନିନ୍ଦନୀୟ । ବିଜେଡି ଏହି ଘଟଣାକୁ ପୁରା ନିନ୍ଦା କରୁଛି । ଏଭଳି ଘଟଣା ଅତି ଲୋମହର୍ଷଣକାରୀ, ଅତ୍ୟ ବିଭତ୍ସ । ଘଟଣାର ତଦନ୍ତ କରୁଛି ପୋଲିସ । ଠିକ୍‌ ସମୟରେ ଠିକ୍‌ କାର୍ଯ୍ୟାନୁଷ୍ଠାନ ହେବ । ଗଣତନ୍ତ୍ରରେ ହିଂସାର କୌଣସି ସ୍ଥାନ ନାହିଁ । ଏଭଳି ଆଚରଣ ପାଇଁ ପୂର୍ବରୁ ପ୍ରଶାନ୍ତ ଜଗଦେବଙ୍କୁ ବିଜେଡିରୁ ନିଲମ୍ବିତ କରାଯାଇଛି । ଅଭିଯୁକ୍ତ ବିଧାୟକଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବ ପ୍ରଶାସନ । ଆହତଙ୍କ ଆଶୁ ଆରୋଗ୍ୟ କାମନା କରାଯାଇଛି ।

ସୂଚନାଯୋଗ୍ୟ ଯେ, ବାଣପୁର ବ୍ଲକରେ ଚେୟାରମ୍ୟାନ୍‌ ଲାଗି ଚାଲିଥିଲା ନିର୍ବାଚନ । ବିଧାୟକ ପ୍ରଶାନ୍ତ ଜଗଦେବଙ୍କ ଗାଡ଼ି ଚଢି ୨୦ରୁ ଅଧିକ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କିଛି ଲୋକଙ୍କ ଅବସ୍ଥା ଗୁରୁତର ରହିଛି । ସମସ୍ତଙ୍କୁ ଏମ୍‌ସ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com