ଓଡ଼ିଶା

ସେବାୟତ କୃଷ୍ଣଚନ୍ଦ୍ର ପ୍ରତିହାରୀ ହତ୍ୟା ହତ୍ୟା ମାମଲା, ଅଭିଯୁକ୍ତଙ୍କୁ ଚିହ୍ନଟ କଲା ପୋଲିସ

ପୁରୀ() ପୁରୀରେ ସେବାୟତ କୃଷ୍ଣଚନ୍ଦ୍ର ପ୍ରତିହାରୀ ହତ୍ୟା ମାମଲା। ହତ୍ୟାକାଣ୍ଡରେ ସାମିଲ ଥିବା ଅପରାଧୀଙ୍କୁ ଚିହ୍ନଟ କରାଯାଇଛି, ଖୁବଶୀଘ୍ର ସେମାନଙ୍କୁ ଗିରଫ କରାଯିବ ବୋଲି ପୁରୀ ଏସ୍‌ପି କନଓ୍ୱାର ବିଶାଳ ସିଂହ କହିଛନ୍ତି ।

ସେ ଆହୁରୀ ମଧ୍ୟ କହିଛନ୍ତି ଯେ, ସେବାୟତ କୃଷ୍ଣଚନ୍ଦ୍ର ପ୍ରତିହାରୀ ବୁଧବାର ଦିନ ଗୁଳିକରି ହତ୍ୟା କରାଯାଇଥିଲା । ଏହି ହତ୍ୟାକାଣ୍ଡ ପରେ ପୋଲିସ ବିଭିନ୍ନ ଟିମ୍‌ ଗଠନ କରି ଛାନ୍‌ଭିନ୍‌ ଆରମ୍ଭ କରିଥିଲା । ଏହିକ୍ରମରେ ପୋଲିସ ସମସ୍ତ ଅଭିଯୁକ୍ତଙ୍କୁ ଚିହ୍ନଟ କରିଛି । ଖୁବଶୀଘ୍ର ସେମାନଙ୍କୁ ଗିରଫ କରାଯିବ । ଏହି ଘଟଣାକୁ ପୋଲିସ ବେଶ୍‌ ଗୁରୁତ୍ୱ ସହ ତଦନ୍ତ କରୁଛି । ଘଟଣା ପଛରେ କଣ ସବୁ କାରଣ ଅଛି । ସେନେଇ ଖୋଲତାଡ କରୁଛି ପୋଲିସ । ଖାସ୍‌ କରି ବ୍ୟକ୍ତି ଗତ ଶତ୍ରୁତା, ଜମିଜମା ମାମଲା, ଗୁନ ସିଂହାରୀ ହତ୍ୟା କାଣ୍ଡ ଘଟଣା ସହ ଅନ୍ୟ ସମସ୍ତ ଦିଗ ଉପରେ ପୋଲିସ ଅନୁଧ୍ୟାନ କରୁଛି।

Related Articles

Back to top button
WP Twitter Auto Publish Powered By : XYZScripts.com