ଓଡ଼ିଶା

ବ୍ରେକ୍‌ଡ୍ୟାନ୍ସ ଝୁଲାରେ ବସିବା ହେଲା କାଳ, ହୃଦ୍‌ଘାତରେ ଚାଲିଗଲା ନାବାଳିକା ଜୀବନ

ବୋରିଗୁମ୍ମା: ବ୍ରେକଡ୍ୟାନ୍ସ ଝୁଲାରେ ବସିବା ହେଲା କାଳ । ଖେଳ ଚାଲିଥିବା ବେଳେ ହଠାତ୍ ହୃଦଘାତରେ ଚାଲିଗଲା ଜୀବନ l କୋଟପାଡ଼ ସହରରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି l କୋଟପାଡ଼ ସହରରେ ରଥଯାତ୍ରା ପାଇଁ ଚାଲିଥିଲା ମିନାବଜାର। ବିଭିନ୍ନ ଖେଳ ସହ ବ୍ରେକଡେନ୍ସର ଖେଳ ମଧ୍ୟ ରହିଥିଲା। ଏହି ଖେଳପାଇଁ ବସିଥିବା ସମୟରେ କୋଟପାଡ଼ ମିର୍ଗାନସାହି ନିବାସୀ ମହମ୍ମଦ ୟାକୁବଙ୍କ ୧୩ ବର୍ଷର ଝିଅ ଆଲଫିଆ ବାନଙ୍କ ହୃଦଘାତରେ ମୃତ୍ୟୁ ଘଟିଛି l

ଝୁଲାରେ ବସି ଗୋଟିଏ ରାଉଣ୍ଡ ବୁଲିବା ପରେ ଆଲଫିଆଙ୍କ ଉଡିଯାଇଥିଲା ପ୍ରାଣବାୟୁ l କୋଟପାଡ଼ ସହର ଏକ ଭାଇଚାରାର ସହର । ପ୍ରତ୍ୟେକ ସମ୍ପ୍ରଦାୟର ପର୍ବ ପର୍ବାଣୀରେ ସଭିଏଁ ମିଶି ସହଯୋଗ କରନ୍ତି । ଘଣ୍ଟ ଯାତ୍ରା ହେଉ କିମ୍ବା ରଥଯାତ୍ରା ସବୁ ସମ୍ପ୍ରଦାୟର ଲୋକେ ଯାତ୍ରାର ଭରପୁର ଆନନ୍ଦ ନିୟନ୍ତି l ଏଭଳି ଦୁଃଖଦ ଘଟଣା ଅଂଚଳରେ ଶୋକର ଛାୟା ସୃଷ୍ଟି କରିଛି l

Related Articles

Back to top button
WP Twitter Auto Publish Powered By : XYZScripts.com