ଓଡ଼ିଶା

ନକଲି ଡାକ୍ତର ରମେଶ ଉପରେ ଲେଖା ହେବ ବହି: ବହିର ନାଁ ରହିବ ‘ବ୍ରାଣ୍ଡେଡ ଠକ୍’, କଳିଙ୍ଗ ପୁସ୍ତକ ମେଳାରେ ହେବ ଉନ୍ମୋଚନ

ଭୁବନେଶ୍ୱର() ଦଶମ ଶ୍ରେଣୀ ଡେଇଁ ନ ଥିବା ନକଲି ଡାକ୍ତର ରମେଶ ସ୍ୱାଇଁର ଅବିଶ୍ୱସନୀୟ ପ୍ରେମକାହାଣୀ ଓ ଏକାଧିକ ପତ୍ନୀ ରଖିବା ଘଟଣା ସର୍ବତ୍ର ଚର୍ଚ୍ଚାର ବିଷୟ ପାଲଟିଛି । ସେ କିପରି ଉଚ୍ଚଶିକ୍ଷିତା ଓ ସମ୍ରାନ୍ତ ଶ୍ରେଣୀୟ ମହିଳାଙ୍କୁ ଫସାଉଥିଲେ ତାହାକୁ ନେଇ ଏକ ବହି ପ୍ରକାଶ ପାଇବ । ବହିର ନାଁ ରହିବ ‘ବ୍ରାଣ୍ଡେଡ୍‌ ଠକ’ । ଆସନ୍ତା ୨୫ତମ ‘କଳିଙ୍ଗ ପୁସ୍ତକ ମେଳା’ରେ ଏହି ବହି ଉନ୍ମୋଚିତ ହେବ ।

ରସିକିଆ ରମେଶର କାହାଣୀକୁ ନେଇ ଓଡ଼ିଶାର ୪ ଜଣ ଲେଖିକା ବହି ଲେଖିବାକୁ ଇଚ୍ଛା ପ୍ରକାଶ କରିଛନ୍ତି । ସେମାନେ ହେଲେ ସୁଜାତା ନନ୍ଦ, ଗୀତାଞ୍ଜଳି ପଣ୍ଡା, ରେଣୁକା ମିଶ୍ର ଓ ସୁଷମା ଲେଙ୍କା । ‘କଳିଙ୍ଗ ପୁସ୍ତକ ମେଳା’ ତରଫରୁ ଏମାନେ ରବିବାର ଝାରପଡ଼ା ସ୍ୱତନ୍ତ୍ର ଜେଲ୍‌ ଯାଇଥିଲେ । ସେଠାରେ ମହିଳା ୱାର୍ଡରେ ୧୦୦ଟି ବହି ଦାନ କରିଥିଲେ ।

ଫେରିବା ବେଳେ ଗଣମାଧ୍ୟମକୁ ରମେଶ ଉପରେ ବହି ଲେଖାଯିବ ବୋଲି କହିଥିଲେ । ରେଣୁକା କହିଛନ୍ତି, ରମେଶର ଠକେଇ ତରିକା ଓ ପ୍ରେମକାହାଣୀ ଖାଲି ଓଡି଼ଶା ନୁହେଁ, ସାରା ଦେଶକୁ ବ୍ୟାପିଛି । ତା ଭଳି ଜଣେ ବିରଳ ଠକ କାହାଣୀ ଶୁଣି ସମସ୍ତେ ଆଶ୍ଚର୍ଯ୍ୟ । ଲୋକଙ୍କ ମନରେ ଏନେଇ ଥିବା ଉତ୍କଣ୍ଠା ଦେଖି ବହି ଲେଖିବାକୁ ଆମେ ଇଚ୍ଛୁକ ।

ପ୍ରତି ମାସରେ ଆସି ରମେଶ ବାବଦକୁ ତଥ୍ୟ ସଂଗ୍ରହ କରିବୁ । ସଂସ୍ଥାର ଅନ୍ୟ ସଦସ୍ୟଙ୍କ ମତାମତ ପରେ ବହି ଲେଖାଯିବ । ଆସନ୍ତା ନଭେମ୍ବର ୪ ତାରିଖରେ କଳିଙ୍ଗ ପୁସ୍ତକ ମେଳାରେ ବହିର ଉନ୍ମୋଚନ କରିବାକୁ ଯୋଜନା ରଖିଛୁ ।

Related Articles

Back to top button
WP Twitter Auto Publish Powered By : XYZScripts.com