Featuredଓଡ଼ିଶାରାଜନୀତି

ଆରପାରିରେ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ, ଖୋଳତାଡ଼ କରୁଛି କ୍ରାଇମବ୍ରାଞ୍ଚ

ଭୁବନେଶ୍ୱର : ଗୁଳିମାଡ଼ରେ ଜୀବନ ହରାଇଲେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ । ପୋଲିସ ASI ଗୋପାଳ ଦାସ ତାଙ୍କୁ ଅତି ନିକଟରୁ ଗୁଳି ଚାଳନା କରିବା ପରେ ତୁରନ୍ତ ତାଙ୍କୁ ଝାରସୁଗୁଡ଼ା ହସ୍ପିଟାଲକୁ ନିଆଯାଇଥିଲା । ହେଲେ ନବଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ ଏୟାରଲିପ୍ଟ କରାଯାଇ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଦୀର୍ଘ ସମୟ ଚିକିତ୍ସା କରାଯିବା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତେବେ ଓଡ଼ିଶା ରାଜନୀତିରେ ଜଣେ ଆଗ ଧାଡ଼ିର ନେତାଙ୍କୁ ଗୁଳି କରି ହତ୍ୟା କରିବା ଓଡ଼ିଶାରେ ପ୍ରଥମ ବୋଲି କୁହାଯାଉଛି । ପୂର୍ବରୁ ଏଭଳି ଘଟଣା କେବେ ଘଟିନଥିଲା। ପୋଲିସ କେବେ ବି ନେତାଙ୍କୁ ଗୁଳି କରି ହତ୍ୟା କରିଥିବା ଘଟଣା ସାମ୍ନାକୁ ଆସିନାହିଁ ।

ସେପଟେ କ୍ରାଇମବ୍ରାଞ୍ଚ ଘଟଣାର ତଦନ୍ତ କରୁଛି I କାହିଁକି ପୋଲିସ ASI ଗୋପାଳ ତାଙ୍କୁ ଗୁଳି ମାରିଲେ ସେନେଇ କାରଣ ଖଜୁଛି କ୍ରାଇମବ୍ରାଞ୍ଚ I

 

Related Articles

Back to top button
WP Twitter Auto Publish Powered By : XYZScripts.com