Breaking NewsFeaturedଭାଇରାଲ୍ ଭିଡିଓରାଜନୀତି

ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ବେଳେ ଏମିତି କଲେ ରାହୁଲ ଗାନ୍ଧି । ଦେଖନ୍ତୁ

ଗୋଟିଏ ପଟେ ରାମ ମୟ ଅଯୋଧ୍ୟା । ସାକାର ହୋଇଛି ୫୦୦ବର୍ଷର ସ୍ୱପ୍ନ । ଜନ୍ମସ୍ଥାନରେ ବିରାଜିଛନ୍ତି ପ୍ରଭୁ ଶ୍ରୀରାମ । ଗର୍ଭଗୃହରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । କିନ୍ତୁ ଅନ୍ୟପଟେ ରାହୁଲ ଗାନ୍ଧିଙ୍କୁ ମନ୍ଦିରରେ ପ୍ରବେଶ ପାଇଁ ମିଳିଲାନି ଅନୁମତି । ଫଳରେ ରାସ୍ତା ଉପରେ ଧାରଣାରେ ରାହୁଲ ଗାନ୍ଧି । କେବଳ ସେତିକି ନୁହେଁ , ରାସ୍ତା ଉପରେ ବସି ସେ ‘ରଘୁପତି ରାଘବ ରାଜାରାମ’ ଧୁନ୍ ଗାଇଛନ୍ତି ରାହୁଲ । ଦେଖନ୍ତୁ …

ଏଠାରେ କହିରଖୁଛୁ ଯେ, ଭାରତ ଯୋଡୋ ନ୍ୟାୟ ଯାତ୍ରା ପାଇଁ ଆସାମରେ ଅଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧି । ଏଠାରେ ବତାଦ୍ରଭା ଅଞ୍ଚଳରେ ବୈଷ୍ଣବ ସାଧୁ ଶ୍ରୀମନ୍ତ ଶଙ୍କରଦେବଙ୍କ ଜନ୍ମସ୍ଥାନ ରହିଛି। କାର୍ୟ୍ୟକ୍ରମ ଅନୁଯାୟୀ ରାହୁଲ ଗାନ୍ଧି ଆଜି ଶଙ୍କରଦେବ ମନ୍ଦିରକୁ ଯିବାର ଥିଳା। କିନ୍ତୁ ତାଙ୍କୁ ଆଜି ମନ୍ଦିର ଯିବାକୁ ବାରଣ କରାଯାଇଛି ବୋଲି ଗଣମାଧ୍ୟମ ସହ କଥାବାର୍ତ୍ତା ବେଳେ ରାହୁଲ ଗାନ୍ଧି ଅଭିଯୋଗ କରିଛନ୍ତି। ଏହାକୁ ବିରୋଧ କରି ସେ ରାସ୍ତା ଉପରେ ଧାରଣାରେ ବସିଛନ୍ତି । ଆମେ ମନ୍ଦିରକୁ ଯିବାକୁ ଚାହୁଁଛୁ। କିନ୍ତୁ ଯିବାକୁ ଦିଆଯାଉ ନାହିଁ। ମୋର ଅପରାଧ କ’ଣ? କାହିଁକି ମୁଁ ମନ୍ଦିରକୁ ଯାଇ ପାରିବି ନାହିଁ? ବୋଲି ରାହୁଲ ପ୍ରଶ୍ନ କରିଛନ୍ତି। ଆମେ କୌଣସି ସମସ୍ୟା ଉତ୍ପନ୍ନ କରିବାକୁ ଚାହୁଁନୁ। ଆମେ ମନ୍ଦିରରେ ପ୍ରାର୍ଥନା କରିବାକୁ ଚାହୁଁଛୁ ବୋଲି କହିଛନ୍ତି। ପୂର୍ବରୁ ତାଙ୍କୁ ମନ୍ଦିର ଯିବାକୁ ଅନୁମତି ଦିଆଯାଇଥିଲା, କିନ୍ତୁ ଆଜି ତାଙ୍କୁ ମନା କରାଯାଇଛି ବୋଲି କଂଗ୍ରେସ ସାଂସଦ କହିଛନ୍ତି।

ତେବେ ଅପରାହ୍ନ ୩ ଟା ପରେ ରାହୁଲ ଗାନ୍ଧିଙ୍କୁ ଆସିବାକୁ ଅନୁମତି ମିଳିଥିବା ସୂଚନା ଦେଇଛନ୍ତି ମନ୍ଦିରର ପରିଚାଳନା କମିଟି ।

Related Articles

Back to top button
WP Twitter Auto Publish Powered By : XYZScripts.com