ଓଡ଼ିଶା

ବ୍ରହ୍ମପୁରର ଅର୍ବାନ୍‌ ବ୍ୟାଙ୍କର ସଭାପତି ନିର୍ବାଚନରେ ଅପ୍ରତିଦ୍ବନ୍ଦୀ ଭାବେ ଆର୍ ମୁରଲୀ ମୋହନ ବିଜୟ

ଵ୍ରହ୍ମପୁର: ବ୍ରହ୍ମପୁର କୋପରଟିଭ୍ ଅର୍ବାନ ବ୍ୟାଙ୍କ ସଭାପତି ହେଲେ ଆର୍ . ମୁରଲୀମୋହନ l ବ୍ରହ୍ମପୁରର ଅର୍ବାନ୍‌ ବ୍ୟାଙ୍କ ର ସଭାପତି ନିର୍ବାଚନରେ ଅପ୍ରତିଦ୍ବନ୍ଦୀ ଭାବେ ଆର୍ ମୁରଲୀ ମୋହନ ବିଜୟ ଲାଭ କରିଛନ୍ତି l ନିର୍ବାଚନର ୧୪ ଜଣ ନିର୍ଦ୍ଦେଶକ ସେମାନଙ୍କର ଭୋଟ ପ୍ରଦାନ କରିଥିଲେ। ତେବେ ଏହା ପୂର୍ବରୁ ସମସ୍ତ ନିର୍ଦ୍ଦେଶକଙ୍କୁ ନେଇ ଏକ ବୈଠକରେ ମୂରଲୀ ଙ୍କ ନାମ ସଭାପତି ପାଇଁ ସ୍ଥିର କରାଯାଇଥିଲା l

ବ୍ରହ୍ମପୁର ସହରରେ ଥିବା ୪୨ଟି ୱାର୍ଡର ୧୫ଟି ଜୋନ୍ ମଧ୍ୟରୁ ୧୪ ଜଣ ନିର୍ଦ୍ଦେଶକ ରହି ମୁରଲିଙ୍କୁ ନିର୍ବାଚିତ କରାଇଥିଲେ । ଅନୁଷ୍ଟିତ ନିର୍ବାଚନରେ ଜିଲ୍ଲା ବିଜେଡି ସଭାପତି ଡାକ୍ତର ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ , ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା , ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ ,ମେୟର ସଂଘମିତ୍ରା ଦଳେଇ ପ୍ରମୁଖ ଉପସ୍ଥିତ ରହି ମୁରଲିଙ୍କୁ ଶୁଭେଛା ଜଣାଇଥିଲେ ।

ଅନ୍ୟମାନଙ୍କ ମଧ୍ୟରେ ନିର୍ଦ୍ଦେଶକ ଟି.କିଶୋର, ନିର୍ଦ୍ଦଳୀୟ ଟୁନା ପଟ୍ଟନାୟକ , ଲିଲି ବେହେରା , ସନାତନ ସାହୁ ଏବଂ ପ୍ରମିତା ବେହେରା ସମେତ ୧୪ ନିର୍ଦେଶକ ସାମିଲ୍ ରହିଥିଲେ ।

Related Articles

Back to top button
WP Twitter Auto Publish Powered By : XYZScripts.com