ସ୍ୱାସ୍ଥ୍ୟ

ରୋହିତଙ୍କ କରୋନା ରିପୋର୍ଟ ନେଗେଟିଭ; ଖୁବଶୀଘ୍ର ବାହାରିବେ ଆଇସୋଲେସନରୁ

ଲଣ୍ଡନ, ୦୩/୦୭/୨୦୨୨- ଇଂଲଣ୍ଡ ବିପକ୍ଷ ଟେଷ୍ଟ ମ୍ୟାଚରେ ଭାରତ ଚମତ୍କାର ପ୍ରଦର୍ଶନ କରୁଥିବାବେଳେ ଆଉ ଏକ ଖୁସି ଖବର ମିଳିଛି ଭାରତକୁ । କରୋନା ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିବା ଅଧିନାୟକ ରୋହିତ ଶର୍ମାଙ୍କ ରିପୋର୍ଟ ନେଗେଟିଭ ଆସିଛି । ତେଣୁ ସେ ଆଇସୋଲେସନରୁ ବାହାରି ପାରନ୍ତି ବୋଲି ଜଣା ପଡ଼ିଛି । ତେବେ ସୁସ୍ଥ ହେବା ପରେ ଆସନ୍ତା ଜୁଲାଇ ୭ ତାରିଖରୁ ଇଂଲଣ୍ଡ ବିପକ୍ଷରେ ଆରମ୍ଭ ହେବାକୁ ଥିବା ଟି-୨୦ ସିରିଜରେ ସେ ଖେଳି ପାରନ୍ତି । ଲିଷ୍ଟର ଶାୟର ବିପକ୍ଷ ଅଭ୍ୟାସ ମ୍ୟାଚ ଖେଳିବା ସମୟରେ ରୋହିତ କରୋନା ଆକ୍ରାନ୍ତ ହୋଇଥିବା ଜଣାପଡିଥିଲା ।

Related Articles

Back to top button
WP Twitter Auto Publish Powered By : XYZScripts.com