ଓଡ଼ିଶା

ସ୍ୱାମୀଙ୍କ ପାଇଁ ସାବିତ୍ରୀ ବ୍ରତ ପାଳୁଛନ୍ତି ସଧବା

ଭୁବନେଶ୍ୱର: ସ୍ୱାମୀଙ୍କ ମଙ୍ଗଳ ମନାସୀ ସାବିତ୍ରୀ ବ୍ରତ ପାଳୁଛନ୍ତି ସଧବା । ଜ୍ୟେଷ୍ଠ ଅମାବାସ୍ୟା ଦିନ ଏହା ପାଳନ କରାଯିବାର ବିଧି ରହିଛି। । ସଧବା ନାରୀ ନିଜର ସ୍ବାମୀଙ୍କର ଦୀର୍ଘ ଜୀବନ କାମନା କରିବା ସହ ପୂଜାର୍ଚ୍ଚନା କରିଥାନ୍ତି। ସକାଳୁ ରାଜ୍ୟର ବିଭିନ୍ନ ମନ୍ଦିରମାନଙ୍କରେ ସଧବା ମହିଳାମାନଙ୍କର ଭିଡ଼ ହୋଇଛି। କରୋନା ସଂକ୍ରମଣ ପାଇଁ ଗତ ୨ ବର୍ଷ ହେବ ମନ୍ଦିର ବନ୍ଦ ରହୁଥିବା କାରଣରୁ ଏହି ସମୟରେ ମହିଳାମାନେ ଘରେ ପୂଜାର୍ଚ୍ଚନା କରିସାବିତ୍ରୀ ବ୍ରତ ପାଳୁଥିଲେ। ହେଲେ ଚଳିତ ବର୍ଷ ସ୍ଥିତି ସ୍ୱାଭାବିକ ଥିବାରୁ ମନ୍ଦିରକୁ ଯାଇ ମହିଳାମାନେ ପୂଜାର୍ଚ୍ଚନା କରୁଛନ୍ତି।

Related Articles

Back to top button