ଓଡ଼ିଶା

ବୁଡ଼ାଗୁଡା ସେକ୍ସନରେ ବନ ମହୋତ୍ସବ, ସବୁଜିମା ଭରିଦେବା ଲକ୍ଷ୍ୟରେ ଚାଲିଛି କାର୍ଯ୍ୟକ୍ରମ

ଦାରିଙ୍ଗବାଡି: ବୃକ୍ଷ ହିଁ ଜୀବନ। ହେଲେ ଆଜିର ମଣିଷ ନିଜର ସ୍ୱାର୍ଥ ସାଧନ ଲାଗି କାଟି ଚାଲିଛି ଶହଶହ ବର୍ଷର ପୁରୁଣା ଗଛ । ଜଙ୍ଗଲ କାଟି ପଦା କରିବା ଯୋଗୁ ପ୍ରକୃତି ତା’ର ଭାରସାମ୍ୟ ହରାଇବାକୁ ବସିଲାଣି । ତେଣୁ ଏବେ ସମୟ ଆସିଛି କିପରି ଏ ପୃଥିବୀକୁ ପୁଣି ସବୁଜିମାରେ ଭରିଦେବା । ସେ ନେଇ ଚିନ୍ତା କରିବାର ଆଉ ପଦକ୍ଷେପ ନେବାର ।

ବନ ଭିଭାଗ ତରଫରୁ ବନ ମହୋତ୍ସବ କାର୍ଯ୍ୟକ୍ରମ କରାଯାଇ ବିଭିନ୍ନ ସ୍ଥାନରେ ଚାରା ରୋପଣ କରାଯାଉଛି । ବନବିଭାଗ ବନପାଳ ହରିଚନ୍ଦ୍ର ପ୍ରଧାନଙ୍କ ଲକ୍ଷ୍ୟ ସବୁ ଅଞ୍ଚଳକୁ ସବୁଜିମାରେ ଭରି ଦେବା ଆଉ ପୁଣିଥରେ ପଶୁପକ୍ଷୀଙ୍କର ବଂଶ ବୃଦ୍ଧି କରାଇବା । ଏଭଳି ମନୋଭାବ ନେଇ ବୁଡ଼ାଗୁଡା ସେକ୍ସନରେ ବନ ବିଭାଗ ତରଫରୁ ୭୩ ତମ ବନ ମହୋତ୍ସବ ପାଳନ କରାଯାଇଛି ।

ଏହି କାର୍ଯ୍ୟକ୍ରମରେ ବୁଡ଼ାଗୁଡା ସରପଞ୍ଚ ତାତୁରା ପ୍ରଧାନ,ସମିତିସଭ୍ୟ ଶ୍ରୀକାନ୍ତ ପ୍ରଧାନ, ୱ।ଡ଼ମେମ୍ବରଙ୍କ ସହ ବହୁ ବୁଦ୍ଧିଜୀଜି ପ୍ରମୁଖ ଉପସ୍ଥିତ ଥିଲେ । ପ୍ରଧାନମନ୍ତ୍ରୀ ସଡକ ଯୋଜନା ରାସ୍ତା କଡରେ ଚାରାରୋପଣ କରାଯାଇଛି । ଏଭଳି ପ୍ରତେକ ରାସ୍ତା କଡ ଏବଂ ଜଙ୍ଗଲରେ ବୃକ୍ଷ ରୋପଣ କରାଯିବ ବୋଲି କହିଛନ୍ତି ବନପାଳ ହରିଚନ୍ଦ୍ର ପ୍ରଧାନ ।

Related Articles

Back to top button
WP Twitter Auto Publish Powered By : XYZScripts.com