କୋରାପୁଟ: ମହଙ୍ଗା ପଡ଼ିଲା ମାଓବାଦୀଙ୍କ ନାଁରେ ଟଙ୍କା ମାଗିବା । ପୋଲିସ ପଞ୍ଝାରେ ଦୁଇ ନକଲି ମାଓବାଦୀ । ସଦର ଥାନା ପୋଲିସକୁ ଉଭୟଙ୍କୁ ବାନ୍ଧିଛି ।
ଖବର ଅନୁଯାୟୀ, ପୋଡାଗଡର ଜଣେ ବ୍ୟବସାୟୀଙ୍କୁ ୫ ଲକ୍ଷଟଙ୍କା ମାଗୁଥିଲେ । ଟଙ୍କା ନଦେଲେ ପରିବାରକୁ ହତ୍ୟା କରାଯିବା ନେଇ ଧମକ ଦେଇଥିଲେ । ପୋଲିସ ନିକଟରେ ଅଭିଯୋଗ ପରେ ମୋବାଇଲ ନମ୍ବର ଟ୍ରାକିଂ କରି ୨ ଜଣକୁ ଧରିଛି। ତଦନ୍ତ ଜାରି ରହିଛି ବୋଲି କୋରାପୁଟ ଏସଡିପିଓ ମନୋଜ କୁମାର ପୂଜାରୀ ସୂଚନା ଦେଇଛନ୍ତି ।
Back to top button