ଓଡ଼ିଶା

ଆଙ୍କୋରଡାରେ ଟିପିଏସଓଡିଏଲର ଆଦର୍ଶ ପଞ୍ଚାୟତ ଓ ଉତ୍ତମ ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ଲକ୍ଷ୍ୟରେ ଏକ ସଚେତନତା

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଳକ ଅନ୍ତର୍ଗତ ଆଙ୍କୋରଡା ଗ୍ରାମରେ ଆଜି ଦିଗପହଣ୍ଡି ବିଦ୍ୟୁତ କାର୍ଯ୍ୟାଳୟ ପକ୍ଷରୁ ପଞ୍ଚାୟତକୁ ଏକ ଆଦର୍ଶ ପଞ୍ଚାୟତ ଓ ଉତ୍ତମ ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ଲକ୍ଷ୍ୟରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଟାଟା ପାୱାର ଦକ୍ଷିଣ ଓଡ଼ିଶା ବିତରଣ ଲିମିଟେଡ (ଟିପିଏସଓଡ଼ିଏଲ୍) ଆନୁକୁଲ୍ୟରେ ସ୍ଥାନୀୟ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଆୟୋଜିତ ଏହି ସଚେତନତା କାର୍ଯ୍ୟକ୍ରମରେ ଦିଗପହଣ୍ଡି ବିଦ୍ୟୁତ କାର୍ଯ୍ୟାଳୟ ନିର୍ବାହୀଯନ୍ତ୍ରୀ ଇଂ, ରାକେଶ କୁମାର ପାତ୍ର ସଭାପତିତ୍ବ କରିଥିବା ବେଳେ ମୁଖ୍ୟ ଅତିଥିଭାବେ ଆଙ୍କୋରଡା ସରପଂଚ ରୀନା ପ୍ରଧାନ ଯୋଗଦେଇ କାର୍ଯ୍ୟକ୍ରମ ଉଦଘାଟନ କରିଥିଲେ । ମୁଖ୍ୟବକ୍ତା ଭାବେ ଦିଗପହଣ୍ଡି ଗୋଷ୍ଠୀ ଉନ୍ନୟନ ଅଧିକାରୀ ହଳଧର ଶବର ମୁଖ୍ୟ ବକ୍ତା ଭାବେ ମଞ୍ଚାସୀନ ରହି ନିଜର ଅଭିଭାଷଣରେ ରାଜ୍ୟ ସରକାରଙ୍କ ପଂଚାୟତରାଜ ଓ ପାନୀୟ ଜନ ବିଭାଗ ଦ୍ଵାରା ପଞ୍ଚାୟତକୁ ଦିଆଯାଇଥିବା ଅଖଣ୍ଡ କ୍ଷମତାର ରୂପାୟନ କରି ପଂଚାୟତ ଅଧିବାସୀଙ୍କ ଶିକ୍ଷା ସ୍ବାସ୍ଥ୍ୟସେବା ସହିତ ପାନୀୟ ଜଳର ଉପଲବ୍ଧି କରାଇବାକୁ ଆହ୍ଵାନ କରିଥିଲେ । ପରିବେଶ ସୁରକ୍ଷା ସହ ଗ୍ରାମ ପରିଚ୍ଛନ୍ନତାକୁ ଗୁରୁତ୍ୱାରୋପ କରି ପଂଚାୟତ ନିର୍ବାଚିତ ପ୍ରତିନିଧିଙ୍କ ସହ ବୁଦ୍ଧିଜୀବୀଙ୍କ ଚିନ୍ତାଧାରାର ସମନ୍ବୟରେ ଉନ୍ନୟନ ମୂଳକ କାର୍ଯ୍ୟଧାରାକୁ ତ୍ୱରାନ୍ୱିତ କରି ସଫଳ କରାଇବାକୁ ଗୁରୁତ୍ଵ ଦେଇଥିଲେ । ଏହି ଅବସରରେ ଉପସ୍ଥିତ ପଞ୍ଚାୟତବାସୀଙ୍କୁ ବିଦ୍ୟୁତ ବିଭାଗ ପକ୍ଷରୁ ଆୟୋଜିତ ଏହି ଶିବିରର ଆଭିମୁଖ୍ୟ ସମ୍ପର୍କରେ ଅବଗତ କରାଇବା ସହ ବିଦ୍ୟୁତ ଯୋଗାଣର ବିଶ୍ୱସନୀୟତାରେ କିଭଳି ଉନ୍ନତି ଆସିବ , ସମାଧାନ କେନ୍ଦ୍ରର କାର୍ଯ୍ୟକାରିତା ସହ ଭ୍ରମ ସଂଶୋଧକୁ ଗୁରୁତ୍ୱାରୋପ , ଶୂନ୍ୟ ବିଲ୍ ବିବାଦ ମାମଲା , ଶୂନ୍ୟ ଅସ୍ଥାୟୀ ବିଲିଂ , ସମସ୍ତ ଗ୍ରାହକଙ୍କ ବିଲିଂ ଏବଂ ବିଲ୍ ଆଦାୟର ତରିକା ନେଇ ସାଧାରଣରେ ସଚେତନା କରାଯାଇଥିଲା । ଉପସ୍ଥିତ କିଛି ଗ୍ରାମବାସୀଙ୍କ ବିଦ୍ୟୁତ ସମସ୍ୟା ସମ୍ବନ୍ଧୀୟ ଅଭିଯୋଗ ଆଧାରରେ ଅଧିକାରୀଙ୍କ ଦ୍ବାରା ପ୍ରାଥମିକ ତଦନ୍ତରେ ମିଟର ରିଡ଼ିଂ ଓ ବିଲ ବିବରଣୀ ଯାଞ୍ଚ କରାଯାଇ ସମାଧାନ ମଧ୍ୟ କରାଯାଇଥିଲା । ପରିଶେଷରେ ଆଙ୍କୋରଡା ପଞ୍ଚାୟତକୁ ନିରବଚ୍ଛିନ୍ନ ବିଦ୍ୟୁତ ସରବରାହ ଯୋଗାଇ ଦିଆଯିବା ନେଇ ନିର୍ବାହୀ ଯନ୍ତ୍ରୀ ଶ୍ରୀ ପାତ୍ର ପ୍ରତିଶ୍ରୁତି ଦେଇଥିଲେ । ଆୟୋଜିତ ସ୍ୱାସ୍ଥ୍ୟସେବା କାର୍ଯ୍ୟକ୍ରମ ପ୍ରାରିପ୍ରେକ୍ଷୀରେ ଦୁଇ ଅଭିଜ୍ଞ ଡାକ୍ତରଙ୍କ ନେତୃତ୍ୱରେ ସ୍ଥାନୀୟ ଲୋକଙ୍କ ସ୍ବାସ୍ଥ୍ୟବସ୍ଥା ପରୀକ୍ଷଣ କରାଯାଇଥିଲା । କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ସହକାରୀ ଯନ୍ତ୍ରୀ ଦେବପ୍ରସନ୍ନ ପାଇକରାୟ , ବିଲ୍ ସଂଶୋଧନ ଅଧିକାରୀ ଜି . ରାଜେନ୍ଦ୍ର , ସରପଞ୍ଚ ପ୍ରତିନିଧି ଶିଶିର କୁମାର ପ୍ରଧାନ , ନବ ନିର୍ବାଚିତ ସେବା ସମବାୟ ସମିତି ସଭାପତି ରାମନାଥ ବିଷୋୟୀ , ସଂପାଦକ ତାରକେଶ୍ବର ଦୋରା ପ୍ରମୁଖ ବହୁ ଗ୍ରାମବାସୀ ଅଂଶଗ୍ରହଣ କରିଥିଲେ ।

Related Articles

Back to top button
WP Twitter Auto Publish Powered By : XYZScripts.com