ଜାତୀୟ

‘କାଳୀ’ ପୋଷ୍ଟର ବିବାଦ ପରେ ନିର୍ଦ୍ଦେଶିକା ଲୀନା ମନିମେକଲାଇଙ୍କ ନୂଆ ଟ୍ୱିଟ୍

‘କାଳୀ’ ପୋଷ୍ଟର ବିବାଦ ପରେ ଫିଲ୍ମର ନିର୍ଦ୍ଦେଶିକା ଲୀନା ମଣିମେକଲାଇ ଆଉ ଏକ ଟ୍ୱିଟ୍ କରି ନିଜ ସମସ୍ୟାକୁ ନିମନ୍ତ୍ରଣ ଦେଇଛନ୍ତି । ସେ କରିଥିବା ଟ୍ୱିଟରେ ‘ଶିବ-ପାର୍ବତୀ’ ଚରିତ୍ରରେ ଥିବା ବ୍ୟକ୍ତିଙ୍କୁ ସିଗାରେଟ୍ ଟାଣୁଥିବାର ଦେଖାଇଛନ୍ତି । ଫୋଟୋକୁ ଟ୍ୱିଟ୍ କରି ଲୀନା ଲେଖିଛନ୍ତି ଯେ, ‘ ଆଉ କେଉଁଠି’ । ଏହି ଟ୍ୱିଟ ପରେ ତାଙ୍କୁ ଘେରିଛନ୍ତି ୟୁଜର୍ସ । ଏପରି ପୋଷ୍ଟ କରି ନିର୍ଦ୍ଦେଶିକା ଦେଶରେ ହିଂସାକୁ ପ୍ରୋତ୍ସାହନ ଦେଉଛନ୍ତି । ଆଉ ଜଣେ ୟୁଜର୍ସ ଲେଖିଛନ୍ତି ଯେ, ‘ଲୀନା ନିଜ ଦେବାଦେବୀଙ୍କ ଅପମାନ କରିବା ବନ୍ଦ କରନ୍ତୁ’ । ଲୀନାଙ୍କ ଏହି ଟ୍ୱିଟ ଉପରେ ରାଜନେତାଙ୍କ ପ୍ରତିକ୍ରିୟା ଆସିବା ମଧ୍ୟ ଆରମ୍ଭ ହେଲାଣି । ବିଜେପି ନେତା ଶାହଜାଦ ପୁନାୱାଲା କହିଛନ୍ତି ଯେ, ‘ଏହା ଅଭିବ୍ୟକ୍ତି ପରିପ୍ରକାଶର ଅପବ୍ୟବହାର । ଏହା ଜାଣିଶୁଣି ହିଂସାକୁ ଉସକାଇବା ଭଳି କାମ । ହିନ୍ଦୁଙ୍କୁ ଗାଳି ଦେବା ଧର୍ମନିରପେକ୍ଷତା? ହିନ୍ଦୁ ଧାର୍ମିକ ଭାବନାର ଅମପାମ ଉଦାରବାଦ ?’ ବୋଲି ପ୍ରଶ୍ନ କରିଛନ୍ତି ବିଜେପି ନେତା । ଖାଲି ସେତିକି ନୁହେଁ କଂଗ୍ରେସ ଓ ଟିଏମସି ତାଙ୍କୁ ସପୋର୍ଟ କରୁଥିବାରୁ ଏପରି ଭୁଲ କାମ କରିବାକୁ ସେ ସାହାସ ପାଉଛନ୍ତି ବୋଲି ବିଜେପି ନେତା କହିଛନ୍ତି ।

 

Related Articles

Back to top button
WP Twitter Auto Publish Powered By : XYZScripts.com