ଅନ୍ତର୍ଜାତୀୟ
ଇତିହାସର ପୁନରାବୃତ୍ତି: ଦ୍ବିତୀୟ ବିଶ୍ବଯୁଦ୍ଧ ସମୟରେ ହୋଇଥିବା ଇହୁଦୀ ସଂହାରର ୮୧ ବର୍ଷ ପରେ କିବ୍ର ‘ବାବିନ୍ ୟାର୍’ ଉପରେ ବୋମାବୃଷ୍ଟି
![](https://i0.wp.com/odia.mobilenews24x7.com/wp-content/uploads/2022/03/histroy-repeating-750x430-1.jpg?resize=750%2C430&ssl=1)
ନୂଆଦିଲ୍ଲୀ: ମଙ୍ଗଳବାର ଦିନ ୟୁକ୍ରେନୀୟ ରାଜଧାନୀ କିବ୍ର କେନ୍ଦ୍ରସ୍ଥଳରେ ଥିବା ମୁଖ୍ୟ ଟେଲିଭିଜନ୍ ଟାୱାର୍ ଉପରେ ରୁଷୀୟ ସେନା କରିଥିବା ବିମାନ ଆକ୍ରମଣ କିବ୍ରେ ଥିବା ‘ବେବିନ୍ ୟାର୍ ହଲୋକଷ୍ଟ୍’ ସ୍ମାରକୀକୁ ମଧ୍ୟ ପ୍ରଭାବିତ କରିଥିବା କଥା ୟୁକ୍ରେନୀୟ ସରକାରୀ କର୍ତ୍ତୃପକ୍ଷମାନେ କହିଛନ୍ତି।ସ୍ମାରକୀର ଜଣେ ମୁଖପାତ୍ର କହିଛନ୍ତି, କ୍ଷୟକ୍ଷତି ଆକଳନ କରିବା ଲାଗି ଏକ ନିରାପତ୍ତା ଟିମ୍ ଘଟଣାସ୍ଥଳକୁ ପଠାଯାଇଛି।
୧୯୪୧ରେ ‘ନାଜି’ମାନଙ୍କ କବଳରେ ଏହି ସହର ଥିବା ବେଳେ ୩୩,୦୦୦ ଇହୁଦୀଙ୍କୁ ହତ୍ୟା କରାଯାଇ କବର ଦିଆଯାଇଥିବା ସ୍ଥାନରେ ‘ବେପିନ୍ ୟାର୍’ ସ୍ମାରକୀ ନିର୍ମିତ। ସ୍ଥାନୀୟ ସହଯୋଗୀଙ୍କ ସହାୟତାରେ ଜର୍ମାନ୍ ସେନା ଉକ୍ତ ନରସଂହାର କରିଥିଲେ।