ଅନ୍ତର୍ଜାତୀୟଜାତୀୟ

୨୦୨୩ରେ ଚୀନକୁ ଟପିବ ଭାରତର ଜନସଂଖ୍ୟା, ଜାତିସଂଘର ରିପୋର୍ଟରେ ଦାବି

ନୂଆଦିଲ୍ଲୀ: ୨୦୨୩ରେ ଚୀନକୁ ଟପିବ ଭାରତର ଜନସଂଖ୍ୟା । ଆସନ୍ତାବର୍ଷ ଭାରତ ଚୀନକୁ ପଛରେ ପକାଇ ଜନସଂଖ୍ୟାରେ ବିଶ୍ୱର ଏକ ନମ୍ୱର ଦେଶ ହୋଇପାରେ ବୋଲି ମିଳିତ ଜାତିସଂଘ କହିଛି । ସୋମବାର ମିଳିତ ଜାତିସଂଘ ପ୍ରକାଶ କରିଥିବା ଏକ ରିପୋର୍ଟରେ ଏହି ଦାବି କରାଯାଇଛି । ମିଳିତ ଜାତିସଂଘର ରିପୋର୍ଟ ଅନୁସାରେ, ଆସନ୍ତା ୨୦୨୨ ନଭେମ୍ୱର ସୁଦ୍ଧା ବିଶ୍ୱ ଜନସଂଖ୍ୟା ୮୦୦ କୋଟିରେ ପହଞ୍ଚିବ ବୋଲି ଦାବି କରାଯାଇଛି ।

ଜାତିସଂଘର ରିପୋର୍ଟ ଅନୁସାରେ ଜନସଂଖ୍ୟା ବୃଦ୍ଧି ସ୍ଥିର ରହିପାରେ ଏବଂ ଆସନ୍ତା ୨୦୩୦ ମସିହା ସୁଦ୍ଧା ଏହା ୮୫୦ କୋଟିରେ ପହଞ୍ଚିପାରେ। ସେହିପରି ୨୦୫୦ ସୁଦ୍ଧା ବିଶ୍ୱର ଜନସଂଖ୍ୟା ୯୭୦ କୋଟି ପହଞ୍ଚିପାରେ । ୨୦୮୦ ମସିହା ସୁଦ୍ଧା ବିଶ୍ୱ ଜନସଂଖ୍ୟା ଏହାର ଶିଖର ଛୁଇଁପାରେ ଏବଂ ଏହା ୧୦.୪ ବିଲିୟନ ପାଖାପାଖି ରହିପାରେ ।

ମିଳିତ ଜାତିସଂଘର ମହାସଚିବ ଆଣ୍ଟୋନିୟୋ ଗୁଟେରେସ କହିଛନ୍ତି, ଚଳିତ ବର୍ଷ ବିଶ୍ୱ ଜନସଂଖ୍ୟା ଦିବସ (ଜୁଲାଇ ୧୧) ଏକ ମାଇଲଖୁଣ୍ଟ ଅଟେ, ପୃଥିବୀର ଆଠ ବିଲିୟନ ନିବାସୀଙ୍କ ଜନ୍ମର ଆଶା ରହିଛି । ଏହା ଆମର ବିବିଧତା ପାଇଁ ଉତ୍ସବ ପାଳନ କରିବାର ଏକ ଅବସର । ନିକଟ ଅତୀତର ବର୍ଷରେ ଲୋକଙ୍କ ହାରାହାରି ବୟସ ବୃଦ୍ଧି ପାଇଛି ଏବଂ ଶିଶୁ ମୃତ୍ୟୁ ହାରରେ ହ୍ରାସ ଘଟିଛି । ଏହାସହ ଏହା ମଧ୍ୟ ମନେ ରଖିବା ଦରକାର ଯେ, ଏହି ଗ୍ରହର ଦାୟିତ୍ୱ ଆମ ସଭିଙ୍କର ବୋଲି ସେ କହିଛନ୍ତି ।

ଉଲ୍ଲେଖଯୋଗ୍ୟ ଯେ, ୨୦୨୨ରେ ଦୁନିଆର ସବୁଠୁ ଅଧିକ ଜନସଂଖ୍ୟା ଥିବା ଅଞ୍ଚଳ ହେଉଛି ପୂର୍ବ ଏବଂ ଦକ୍ଷିଣ-ପୂର୍ବ ଏସିଆ। ଏଠାରେ ୨.୩ ବିଲିୟନ ଲୋକେ ବସବାସ କରନ୍ତି, ଯାହା ବିଶ୍ୱ ଜନସଂଖ୍ୟାର ୨୯ ପ୍ରତିଶତ । ସେହିପରି ମଧ୍ୟ ଏବଂ ଦକ୍ଷିଣ ଏସିଆର ଜନସଂଖ୍ୟା ୨.୧ ବିଲିୟନ, ଯାହା ମୋଟ ଜନସଂଖ୍ୟାର ୨୬ ପ୍ରତିଶତ । ଚୀନ ଏବଂ ଭାରତ ବିଶ୍ୱର ଦୁଇଟି ଜନବହୁଳ ରାଷ୍ଟ୍ର । ଅନ୍ୟପଟେ ବିଶ୍ୱ ଜନସଂଖ୍ୟା ବୃଦ୍ଧିରେ ଆଠଟି ଦେଶର ଯୋଗଦାନ ଅଧା ରହିଛି। ଏହି ଦେଶ ଗୁଡିକ ମଧ୍ୟରେ କଙ୍ଗୋ, ଇଜଇପ୍ଟ, ଇଥୋଓପିୟା, ଭାରତ, ନାଇଜେରିଆ,ପାକିସ୍ତାନ, ଫିଲିପିନ୍ସ, ତାଞ୍ଜାନିଆ ସାମିଲ ରହିଛି।

Related Articles

Back to top button
WP Twitter Auto Publish Powered By : XYZScripts.com