ସମ୍ୱଲପୁର: ସମ୍ବଲପୁରରେ ପଶ୍ଚିମ ଓଡିଶା ପାଇଁ ହାଇକୋର୍ଟର ସ୍ଥାୟୀ ବେଂଚ ସ୍ଥାପନ ଦାବିରେ ଚେତାବନୀ ଦିବସ ପାଳୁଛନ୍ତି ଓକିଲ ସଂଘ ଓ ଜନସାଧାରଣ । ଆଜି ପଶ୍ଚିମ ଓଡିଶାର ବିଭିନ୍ନ ସ୍ଥାନରେ ଆନ୍ଦୋଳନ କରି ଏହି ଚେତାବନୀ ଦିବସ ପାଳନ କରଯାଉଛି ।
ଏନେଇ ଆଜି ସମ୍ବଲପୁରର ବିଭିନ୍ନ ଛକରୁ ରାଲି ବାହାରିଥିବାବେଳେ ଉତ୍ତରାଂଚଳ ରାଜସ୍ୱ କମିଶନର କାର୍ଯ୍ୟାଳୟ ସମ୍ମୁଖରେ ଚେତାବନୀ ଦିବସ ପାଳନ କରଯିବ । ହାଇକୋର୍ଟ ବେଂଚ ସ୍ଥାପନ ଦାବି ନେଇ ଉଭୟ କେନ୍ଦ୍ର ସରକାରଙ୍କ ଟାଲଟୁଲ ନୀତିକୁ ବିରୋଧ କରି ଏହି ଚେତାବନୀ ଦିବସ ପାଳୁଛନ୍ତି ଓକିଲ ସଂଘ ଓ ଜନସାଧାରଣ ।