ଫୁଲବାଣୀ: କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ମାଝୀପଡା ଗାଁ ନିକଟରେ ଥିବା ସୁରକା ପଟାଙ୍ଗୀ ନାଳରେ ବୁଡ଼ିଯିବା ଫଳରେ ଦୁଇ ବର୍ଷିୟ ଶିଶୁର ମୃତ୍ୟୁ ହୋଇଛି l ମୃତ ଶିଶୁ ଜଣକ ମଝିପଡ଼ା ଗାଁର ବିକାଶ କହଁରଙ୍କ ପୁଅ ଆୟୁଷ କହଁର ବୋଲି ଜଣାପଡିଛି l ସୂଚନା ଅନୁସାରେ ମୃତ ଶିଶୁ ଜଣକ ତା ମା ସହିତ ନାଳକୁ ଗାଧୋଇବା ପାଇଁ ଯାଇଥିଲା । ପୁଅକୁ ଛାଡି ମା ଶୌଚ ହେବା ପାଇଁ ଗଲା ବେଳେ ଶିଶୁଟି ନାଳ ପାଣିରେ ବୁଡି ଯାଇଥିଲା l
ଖବର ପାଇ ସ୍ଥାନୀୟ ଲୋକେ ଶିଶୁକୁ ପାଣିରୁ ଉଦ୍ଧାର କାରି ଫିରିଙ୍ଗିଆ ମେଡିକାଲକୁ ଆଣିଥିଲେ l ହେଲେ ମେଡ଼ିକାଲରେ ପହଁଚିଲା ପରେ ଡାକ୍ତର ତାକୁ ମୃତ ଘୋଷଣା କରିଛନ୍ତି l ପରେ ଖବର ପାଇ ଫିରିଙ୍ଗିଆ ଥାନl ଅଧିକାରୀ ପି ଶ୍ୟାମସୁନ୍ଦର ରାଓଙ୍କ ନିର୍ଦ୍ଦେଶ କ୍ରମେ ଥାନାରେ କାର୍ଯ୍ୟରତ ଏଏସଆଇ ପ୍ରମୋଦ କୁମାର ପ୍ରଧାନ ମେଡିକାଲରେ ପହଞ୍ଚି ମୃତଦେହ ବ୍ୟବଛେଦ ପାଇଁ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇ ଅଧିକ ତଦନ୍ତ ଜାରି ରଖିଛନ୍ତି । ଏ ନେଇ ଫିରିଙ୍ଗିଆ ଥାନାରେ ୦୫/୨୦୨୨ରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି l