ଅନ୍ତର୍ଜାତୀୟ

ଗତ ବର୍ଷକରେ ବିଶ୍ବ ଜନସଂଖ୍ୟା ପ୍ରାୟ ୭.୫ କୋଟି ବୃଦ୍ଧି ପାଇଛି

ଗତ ବର୍ଷକରେ ବିଶ୍ବ ଜନସଂଖ୍ୟା ପ୍ରାୟ ୭.୫ କୋଟି ବୃଦ୍ଧି ପାଇଛି। ପ୍ରତି ସେକେଣ୍ଡରେ ୪.୩ ଶିଶୁ ଜନ୍ମ ହେଉଛନ୍ତି। ଅର୍ଥାତ୍‌ ପ୍ରତି ମିନିଟରେ ୨୫୮ ଶିଶୁ ଜନ୍ମଗ୍ରହଣ କରୁଛନ୍ତି। ସେହିପରି ପ୍ରତି ସେକେଣ୍ଡରେ ୨ ଜଣ ଲୋକ ପ୍ରାଣ ହରାଉଛନ୍ତି।

ଅର୍ଥାତ୍‌ ମିନିଟରେ ୧୨୦ ଜଣଙ୍କ ମୃତ୍ୟୁ ହେଉଛି। ଆମେରିକା ସେନସସ୍‌ ବ୍ୟୁରୋ ପକ୍ଷରୁ ଏହି ସୂଚନା ଦିଆଯାଇଛି। ନୂଆ ବର୍ଷରେ ବିଶ୍ବ ଜନସଂଖ୍ୟା ୮୦୦ କୋଟି ପାର୍‌ କରିବ ବୋଲି କୁହାଯାଇଛି।

Related Articles

Back to top button
WP Twitter Auto Publish Powered By : XYZScripts.com