ଓଡ଼ିଶା

ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ୨ଜଣକୁ ନିର୍ମମ ହତ୍ୟା, ସଂଘବଦ୍ଧ ଆକ୍ରମଣ ପରେ ଚଢାଇଦେଲେ ଗାଡି

ଆଠଗଡ: ଆଠଗଡ ତିଗିରିଆ ଥାନା ଅନ୍ତର୍ଗତ ଭିରୁଡା ଉପର ଛକରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବିଭତ୍ସ ହତ୍ୟା । ପ୍ରଥମେ ସଂଘବଦ୍ଧ ଆକ୍ରମଣ, ପରେ ଦୁଇ ଜଣଙ୍କୁ ଗାଡି ଚଢାଇ ହତ୍ୟା କରିବା ପରେ ଫେରାର ହୋଯାଇଛନ୍ତି ଦୁର୍ବୃତ୍ତ । ଭାପୁର ଅଞ୍ଚଳରୁ ନିଜର ଝିଅ ବାହାଘର ପାଇଁ ଜିନିଷ ପତ୍ର ଘରକୁ ଫେରୁଥିବା ସମୟରେ କିଛି ଲୋକ ସେମାନଙ୍କୁ ଅଟକାଇ ପ୍ରଥମେ ଝଗଡ଼ା ଆରମ୍ଭ କରିଥିଲେ । ପରେ ସେମାନଙ୍କୁ ଏକ ଟ୍ରକ ଚଢାଇ ହତ୍ୟା କରିଛନ୍ତି ।

ମୃତକ ମାନେ ହେଲେ ଭିରୁଡ଼ା ଗରପଡା ହରିଜନ ସାହିର ଦୁଇ ଭାଇ ଶରତ ଦେହୁରୀ ଏବଂ ଲକ୍ଷ୍ମଣ ଦେହୁରୀ । କେହି କିଛି ବୁଝିବା ପୂର୍ବରୁ ଦୁର୍ବୃତ୍ତ ମାନେ ଅତି ଚତୁରତାର ସହ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲେ । ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ ତାଙ୍କୁ ମରଣାନ୍ତ ଆକ୍ରମଣ କରିବା ସହିତ ଏକ ଖଣ୍ଡାରେ ହାଣି ଥିଲେ ।

ପରେ ପ୍ରମାଣ ନଷ୍ଟ କରିବା ନିମନ୍ତେ ଟ୍ରକ ଚଢାଇ ଦୁଘଟଣାର ରୂପ ଦେଇଥିବା କହିଛନ୍ତି । ସୂଚନା ଥାଉକି, ହୋଲି ଦିନ ପୁରୁଣା କଟକ ସମ୍ବଲପୁର ରାସ୍ତା ପଶ୍ଚିମଶ୍ୱର୍ ମନ୍ଦିର ନିକଟରେ ଥିବା ସମ୍ପର୍କ ହୋଟେଲରେ ମୃତକ ମାନେ ଝଗଡ଼ା ସହିତ ହୋଟେଲର ଆସବା ପତ୍ର ଭଙ୍ଗାରୁଜା କରିଥିଲେ । ଏହି ଘଟଣାରେ ତିଗିରିଆ ପୋଲିସ୍ ପକ୍ଷରୁ ତିନି ଜଣଙ୍କୁ ଗିରଫ ମଧ୍ୟ କରିଥିଲା ।

ପରେ ଏହାର ଆପୋସ ସମାଧାନ କରିବା ସହିତ ସଂପୁକ୍ତ ହୋଟେଲ ମାଲିକଙ୍କୁ କ୍ଷତି ପୂରଣ ଦେଇ ଘଟଣାର ସମାଧାନ କରାଯାଇଥିଲା । ତେବେ ସେହି ଘଟଣାକୁ ନେଇ ସମ୍ପୁକ୍ତ ହୋଟେଲ ମାଲିକ ଏଭଳି କାଣ୍ଡ ଘଟାଇଛନ୍ତି କହିଛନ୍ତି ଗାଁର ସଭାପତି କହିଛନ୍ତି । ପୋଲିସ ଏହି ଘଟଣାରେ ହତ୍ୟା ମାମଲା ରୁଜୁ ତଦନ୍ତ କରିବା ସହିତ ଦୁର୍ବୃତ୍ତଙ୍କୁ ଖୁବ ଶୀଘ୍ର ଗିରଫ କରାଯିବ ବୋଲି କହିଛନ୍ତି ଆଠଗଡ଼ ଏସଡିପିଓ ।

Related Articles

Back to top button
WP Twitter Auto Publish Powered By : XYZScripts.com