ଓଡ଼ିଶା

ପୁଣି ୫୦୦ ଡେଇଁଲା କରୋନା, ଆଗରେ ରହିଛି ଖୋର୍ଦ୍ଧା

ଭୁବନେଶ୍ୱର: ରାଜ୍ୟରେ ଆଜି କରୋନା ସଂକ୍ରମଣ ୫୦୦ ଉପରେ ରହିଛି। ଗତ ୨୪ ଘଣ୍ଟାରେ ଆଉ ୫୭୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିରୁ କ୍ୱାରେଣ୍ଟେଇନ୍‌ରେ ୩୩୭ ଜଣ ଥିବାବେଳେ ଲୋକାଲ୍‌ କେସ୍‌ ୨୩୯ ରହିଛି। ତେବେ ଚିହ୍ନଟଙ୍କ ମଧ୍ୟରେ ୧୮ ବର୍ଷରୁ କମ୍ ବର୍ଗର ୬୯ ଜଣ ଆକ୍ରାନ୍ତ ରହିଛନ୍ତି। ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୦୪ ଓ କଟକରୁ ୧୧୮ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୯୩ ହଜାର ୫୦୪କୁ ବୃଦ୍ଧି ପାଇଛି। ତେବେ ରାଜ୍ୟରେ ଆକ୍ଟିଭ୍‌ କେସ୍ ୩୦୨୭ ରହିଛି। ଅନ୍ୟପକ୍ଷରେ ୧୨ ଲକ୍ଷ ୮୧ ହଜାର ୨୯୮ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ଟ୍ୱିଟ୍‌ କରିଛି।

ଅନୁଗୋଳରୁ ଜଣେ, ବାଲେଶ୍ୱରରୁ ୧୬, ବରଗଡ଼ରୁ ୨, ଭଦ୍ରକରୁ ୬, ବଲାଙ୍ଗିରରୁ ୨, ବୌଦ୍ଧରୁ ଜଣେ, କଟକରୁ ୧୧୮, ଦେବଗଡ଼ରୁ ୪, ଢେଙ୍କାନାଳରୁ ୨, ଗଜପତିରୁ ୮ , ଜଗତସିଂହପୁରରୁ ୮, ଯାଜପୁରରୁ ୬, ଝାରସୁଗୁଡ଼ାରୁ ୬, କଳାହାଣ୍ଡିରୁ ୫, କେନ୍ଦ୍ରାପଡ଼ାରୁ ୩, କେନ୍ଦୁଝରରୁ ୪, ଖୋର୍ଦ୍ଧାରୁ ୨୦୪, କୋରାପୁଟରୁ ୩, ମୟୂରଭଞ୍ଜରୁ ୧୭, ନବରଙ୍ଗପୁରରୁ ଜଣେ, ନୟାଗଡ଼ରୁ ୨, ନୂଆପଡ଼ାରୁ ୫, ପୁରୀରୁ ୩୭, ରାୟଗଡ଼ାରୁ ୨, ସମ୍ୱଲପୁରରୁ ୬, ସୋନପୁରରୁ ୨୦, ସୁନ୍ଦରଗଡ଼ରୁ ୪୨ ଓ ଷ୍ଟେଟ୍‌ ପୋଲରୁ ୪୫ ଜଣ ଚିହ୍ନଟ ହୋଇଛନ୍ତି।

Related Articles

Back to top button
WP Twitter Auto Publish Powered By : XYZScripts.com