ଓଡ଼ିଶା

ମାଚ୍ୟୁରିଟି ପରେ ବି ମିଳୁନି ଜମା ଟଙ୍କା, ସାହାରା ଇଣ୍ଡିଆ ଅଫିସରେ ତାଲା ପକାଇଲେ ଜମାକାରୀ

ନୀଳଗିରି() ବାଲେଶ୍ଵର ଜିଲ୍ଲା ନୀଳଗିରି ଅଞ୍ଚଳରେ ଥିବା ସାହାରା ଇଣ୍ଡିଆ ଅଫିସରେ ତାଲା ପକାଇଲେ ଜମାକାରୀ । ବହୁ ହିତାଧିକାରୀଙ୍କ ଜମା ଟଙ୍କା ମ୍ୟାଚୁରୀଟି ହେବାପରେ ମଧ୍ୟ ମ୍ୟାନେଜର ଟଙ୍କା ପୈଠ କରୁନଥିଲେ । ଫଳରେ ବାରମ୍ବାର ଅସନ୍ତୋଷ ଲାଗି ରହୁଥିଲା । ଆଜିପୁଣି କିଛି ହିତାଧିକାରୀ ଅଫିସକୁ ଆସିବା ପରେ ମ୍ୟାନେଜରଙ୍କୁ ନପାଇ ପାଟିତୁଣ୍ଡ କରିଥିଲେ। ଫୋନ ମାଧ୍ୟମରେ ଯୋଗାଯୋଗ କରିବା ପରେ ସନ୍ତୋଷ ଜନକ ଉତ୍ତର ଦେଇ ପାରିନଥିଲେ ମ୍ୟାନେଜର । ଯେତେଦିନ ପର୍ଯ୍ୟନ୍ତ ଟଙ୍କା ପୈଠ ନକରିଛନ୍ତି ଦାବି ରଖି  ହିତାଧିକାରୀ ମାନେ କର୍ମଚାରୀଙ୍କୁ ଅଫିସରୁ ବାହାରକୁ ବାହାର କରିଦେଇ ତାଲା ପକାଇଦେଇଥିବା ଜଣାପଡିଛି।

Related Articles

Back to top button
WP Twitter Auto Publish Powered By : XYZScripts.com