ଜାତୀୟ

ମମତାଙ୍କ ପ୍ରକଳ୍ପରୁ ମମତା ବାଦ୍ : ମେଟ୍ରୋ ଷ୍ଟେସନ୍ ଉଦଘାଟନୀ କାର୍ଯ୍ୟକ୍ରମକୁ ଡାକିଲାନି ରେଳ ମନ୍ତ୍ରାଳୟ !

ନୂଆଦିଲ୍ଲୀ: ଦୀର୍ଘଦିନର ଅପେକ୍ଷା ପରେ ସୋମବାର କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀଙ୍କ ଉପସ୍ଥିତିରେ ପଶ୍ଚିମବଙ୍ଗ ସିୟାଲଦହ ମେଟ୍ରୋ ଷ୍ଟେସନର ଉଦଘାଟନ କରାଯିବ । ତେବେ ସେବା ଆରମ୍ଭ ହେବା ପାଇଁ ଆଉ ତିନି ଦିନ ସମୟ ଲାଗିବ । ଜୁଲାଇ ୧୪ରୁ ଏହି ରୁଟରେ ମେଟ୍ରୋ ଚଳାଚଳ କରିବ । କିନ୍ତୁ ଏହି ଉଦଘାଟନୀ କାର୍ଯ୍ୟକ୍ରମକୁ ନେଇ ରାଜନୀତି ଜୋର୍ ଧରିଛି । ବିବାଦ ବି ବଢିଛି । କାରଣ ରେଳମନ୍ତ୍ରୀ ଥିଲା ବେଳେ ଏହି ପ୍ରକଳ୍ପର ଶୁଭ ଦେଇଥିଲେ ଟିଏମସି ସୁପ୍ରିମୋ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । କିନ୍ତୁ ସୋମବାର ହେବାକୁ ଥିବା ଉଦଘାଟନୀ ଉତ୍ସବରେ ମମତାଙ୍କୁ ନିମନ୍ତ୍ରଣ କରାଯାଇନଥିବା ଦଳ ପକ୍ଷରୁ କୁହାଯାଇଛି । ତେବେ ଏବେସୁଦ୍ଧା କିଏ ଉଦଘାଟନ କରିବ ତାହା ସ୍ପଷ୍ଟ ହୋଇନଥିବା ରେଳବାଇ କହିଛି । ସେହିପରି ଏହାକୁ କେନ୍ଦ୍ରମନ୍ତ୍ରୀ ସ୍ମୃତି ଉରାନୀ ଉଦଘାଟନ କରିବାର ସମ୍ଭାବନା ଥିବା କୁହାଯାଉଛି ।

ଟିଏମସି ପକ୍ଷରୁ କୁହାଯାଇଛି ଯେ, ଯେବେ ଏହି ପ୍ରକଳ୍ପ ଆରମ୍ଭ ହୋଇଥିଲା ସେତେବେଳେ ମମତା ବାନାର୍ଜୀ କେନ୍ଦ୍ର ରେଳମନ୍ତ୍ରୀ ଥିଲେ । ଏବେ ମମତା ମୁଖ୍ୟମନ୍ତ୍ରୀ ଅଛନ୍ତି । ଯାହାଙ୍କୁ ଉଦଘାଟନୀ ଉତ୍ସବ ପାଇଁ ନିମନ୍ତ୍ରଣ କରାଯାଇ ନାହିଁ ।

କୋଲକାତା ମେୟର ଫିରହାଦ ହାକିମ୍ କହିଛନ୍ତି ଯେ, ମମତାଙ୍କୁ ଡକରା ମିଳିନାହିଁ । ପଶ୍ଚିମବଙ୍ଗବାସୀଙ୍କୁ ଏପରି ଭାବେ ବୋକା ବନାଯାଇ ପାରିବ ନାହିଁ । ଏହ ପ୍ରକଳ୍ପ ମମତାଙ୍କର ବୋଲି ରାଜ୍ୟବାସୀ ଜାମିଛନ୍ତି । ସେ ହିଁ ପ୍ରକଳ୍ପକୁ ମଞ୍ଜୁରୀ ପ୍ରଦାନ କରିଥିଲେ । ରାଜ୍ୟ ସରକାର ମେଟ୍ରୋ କାମକୁ ସବୁ ଦିଗରେ ସହାୟତା କରିଥିଲେ । ଜମି ଯୋଗାଇବାରେ ରାଜ୍ୟ ସରକାରଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ଥିଲା । ତଥାପି ଶିଷ୍ଟାଚାର ନଥିବା ଭଳି ମମତାଙ୍କୁ ଡକାଯାଇ ନାହିଁ । ଯଦି କେନ୍ଦ୍ର ସରକାର ଏପରି ଅସହୋଯ

ତେବେ ଏହି ସବୁ ବିବାଦ ଉପରେ ରେଳ ମନ୍ତ୍ରାଳୟ କୌଣସି ପ୍ରତିକ୍ରିୟା ଦେବାକୁ ସିଧାସିଧା ମନା କରିଦେଇଛି । ତେବେ ମନ୍ତ୍ରାଳୟର ମୁଖ୍ୟ ଜନସମ୍ପର୍କ ଅଧିକାରୀ କହିଛନ୍ତି ଯେ, ଜୁଲାଇ 11ରେ ଷ୍ଟେସନର ଉଦଘାଟନ କରାଯିବ । ତେବେ ସେବା ଏବେ ଆରମ୍ଭ ହେବ ନାହିଁ  । ଆଶନ୍ତା ୧୪ରୁ ଯାତ୍ରୀମାନେ ସେବାର ଲାଭ ଉଠାଇପାରିବେ । ଏହା କୋଲକାତା ମେଟ୍ରୋ ରେଳର ମ୍ୟାପ୍ ବଦଳାଇ ଦେବ ।

Related Articles

Back to top button
WP Twitter Auto Publish Powered By : XYZScripts.com