ଜାତୀୟମନୋରଞ୍ଜନ

ସାଇ ପଲ୍ଲବୀଙ୍କ ମଜାଦାର ଖୁଲାସା; କହିଲେ, ସପ୍ତମ ଶ୍ରେଣୀରେ ଲେଖିଥିଲି ଲଭ୍‌ ଲେଟର୍

ନୂଆଦିଲ୍ଳୀ: ସାଉଥର ପପୁଲାର ଅଭିନେତ୍ରୀ ସାଇ ପଲ୍ଲବୀ। ନିକଟରେ ସେ କାଶ୍ମୀର ପଣ୍ଡିତ ଏବଂ ଭିଡ଼ ହିଂସା ବିଷୟରେ ଦେଇଥିବା ବିବୃତ୍ତି ପାଇଁ ଖୁବ୍‌ ଚର୍ଚ୍ଚାରେ ଥିଲେ। ହେଲେ ସେ ଏକ ମଜାଦାର କଥା କହିଛନ୍ତି। ଯାହା ଏବେ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି।

ସାଇ ପଲ୍ଲବୀ ନେଟଫ୍ଲିକ୍ସର ୟୁଟ୍ୟୁବ୍ ଚ୍ୟାନେଲ୍ ମାଇଁ ଭିଲେଜ୍‌ ଶୋ’ରେ ଏକ ଖୁଲାସା କରିଛନ୍ତି। ତାଙ୍କୁ ପଚରାଯାଇଥିଲା ଯେ ସେ ଫିଲ୍ମରେ ଯେଉଁ ଚିଠି ଥିଲା ତାହା ପ୍ରକୃତରେ ଲେଖିଥିଲ ନାଁ ଅଭିନୟ ଥିଲା? ଏହା ଶୁଣିବା ପରେ ସାଇ ଖୁବ୍‌ ହସିଥିଲେ ପରେ ଉତ୍ତର କହିଥିଲେ କି ଫିଲ୍ମରେ ମୁଁ ନିର୍ଦ୍ଦେଶକଙ୍କ ନିର୍ଦ୍ଦେଶ ଅନୁଯାୟୀ ଚିଠି ଲେଖିଥିଲି। ହେଲେ ବାସ୍ତବ ଜୀବନରେ, ମୁଁ କେବଳ ଥରେ ଚିଠି ଲେଖିଛି । ଯେଉଁଥିପାଇଁ ଖୁବ୍‌ ମାଡ ମଧ୍ୟ ଖାଇଛି ।

ତାହା ପୁଣି ଛୋଟବେଳେ ଗୋଟିଏ ପୁଅ ପାଇଁ। ବୋଧହୁଏ ମୁଁ ସେହି ସମୟରେ ସପ୍ତମ ଶ୍ରେଣୀରେ ପାଠ ପଢୁଥିଲି। ଯେତେବେଳେ ବାପା ମାଆ ଚିଠି ପାଇଥିଲେ ମୋତେ ବହୁତ ପିଟିଥିଲେ। ଜୀବନରେ ମାଡ ଖାଇବା ପରେ ସେ ଆଉ ଚିଠି ଲେଖିବାକୁ କେବେ ଚେଷ୍ଟା କରିନାହାନ୍ତି। ସାଇଙ୍କ ୱାର୍କ ଫ୍ରଣ୍ଟ ବିଷୟ କହିଲେ ୧୭ ଜୁନ୍‌ରେ ରିଲିଜ୍‌ ହୋଇଥିବା ଫିଲ୍ମ ବିରାଟ ପାର୍ବମ୍ ରେ ନଜର ଆସିଥିଲେ। ବର୍ତ୍ତମାନ ଏହା ୧ଜୁଲାଇରୁ ନେଟଫ୍ଲିକ୍ସରେ ଆସି ସାରିଛି ।

Related Articles

Back to top button