![](https://i0.wp.com/odia.mobilenews24x7.com/wp-content/uploads/2022/07/1216510-collage-maker-10-jul-2022-08.33-pm.webp?resize=780%2C470&ssl=1)
ମୁମ୍ବାଇ: ବର୍ତ୍ତମାନ ବଲିଉଡ ଅଭିନେତା ରଣବୀର କପୁରଙ୍କ ଭାଗ୍ୟ ବହୁତ ଚମକୁଛି। ବିବାହ ପରେ ତାଙ୍କ ପାଖରେ ବ୍ୟାକ୍ ଟୁ ବ୍ୟାକ୍ ପ୍ରୋଜେକ୍ଟ ହାତକୁ ଆସିଛି । ଦୀର୍ଘ ସମୟ ପରେ ରଣବୀର ଦୁଇଟି ଫିଲ୍ମ ସହିତ ବଡ ପରଦାରେ ଟକ୍କର ଦେବାକୁ ଯାଉଛନ୍ତି। ଏହା ବ୍ୟତୀତ ତାଙ୍କ ଘରକୁ ଖୁବ୍ ଶୀଘ୍ର କୁନି ଅତିଥି ଆସିବାକୁ ଯାଉଛି। ବର୍ତ୍ତମାନ ସେ ତାଙ୍କ ଫିଲ୍ମର ପ୍ରମୋସନରେ ବ୍ୟସ୍ତ ଥିବା ବେଳେ ଏକ ସାକ୍ଷାତକାରରେ ତାଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ ଅନେକ କଥା କହିଥିଲେ। ଆଲିଆଙ୍କ ବିଷୟରେ ମଧ୍ୟ ଅନେକ କିଛି କହିଥିଲେ । ଯାହ ଶୁଣି ଫ୍ୟାନ୍ସମାନେ ଖୁସି ହୋଇଯାଇଥିଲେ ।
ଏହି ପ୍ରଶ୍ନର ଉତ୍ତରରେ ରଣବୀର କପୁର କହିଛନ୍ତି, ‘ମୁଁ ଆଲିଆ ପାଇ ବହୁତ ଖୁସି । କାହିଁକି ନା ଲାଇଫ୍ ପାର୍ଟନର ଭାବରେ ଜଣେ ଭଲ ବ୍ୟକ୍ତି ପାଇଛି। ସେ ବହୁତ ପରିଶ୍ରମୀ । ବହୁତ କମ୍ ବୟସରେ ବହୁତ କିଛି ହାସଲ କରିଛନ୍ତି । ଲୋକମାନେ କହିଛନ୍ତି ଯେ ଆଲିଆ ଭଟ୍ଟ ଏବେ କ୍ୟାରିୟରର ପିକ୍ରେ ମା ହେବା ହୋଇ ଯାଇଛନ୍ତି। ହେଲେ ଆଲିଆ ଓ ମୋ ଭିତରେ ଏହି ବିଷୟରେ କେବେ ବିତର୍କ କରିହୋଇ ନାହିଁ କି ଆଲିଆ କରି ନାହାନ୍ତି।
View this post on Instagram