ନୂଆଦିଲ୍ଲୀ: କେରଳର କନ୍ନୁର ଜିଲ୍ଲାର ପୟାନୁରରେ ଥିବା ଆରଏସଏସ କାର୍ଯ୍ୟାଳୟ ଉପରେ ବୋମାମାଡ । ପୟାନୁରରେ ପୋଲିସ ଏହି ଘଟଣା ମଙ୍ଗଳବାର ସକାଳେ ଘଟିଛି । ବୋମା ମାଡରେ କାର୍ଯ୍ୟାଳୟର ଝରକା କାଚ ଭାଙ୍ଗିଯାଇଥିବା କହିଛି।
ତେବେ ଆରଏସଏସ କାର୍ଯ୍ୟାଳୟ ଉପରେ ଏହା ପ୍ରଥମ ଆକ୍ରମଣ ନୁହେଁ । ପୂର୍ବରୁ ମଧ୍ୟ ଥାନା ନିକଟରେ ଥିବା ଆରଏସଏସ କାର୍ଯ୍ୟାଳୟ ଉପରେ ଆକ୍ରମଣ ହୋଇଛି । ପୁନଃ ଆକ୍ରମଣ ଘଟଣାକୁ ନେଇ ବିଜେପି ନେତା ଟମ୍ ବଡକ୍କନ କହିଛନ୍ତି ଯେ, ଆକ୍ରମଣ ରୋକିବାରେ ସରକାର ବିଫଳ ହେଉଛନ୍ତି । ଏହା ପ୍ରଶାସନର ଅପାରଗତ । କେରଳରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇ ପଡିଛି । ଏହାକୁ ବରଦାସ୍ତ କରାଯିବନି ।
ଏହାପୂର୍ବରୁ ଜୁନ ୨୪ ତାରିଖରେ ରାହୁଲ ଗାନ୍ଧୀଙ୍କ ଓ୍ୱାଏନାଡ ସ୍ଥିତ ସଂସଦୀୟ କାର୍ଯ୍ୟାଳୟରେ ଭଙ୍ଗାରୁଜା ହୋଇଥିଲା । କଂଗ୍ରେସର କେରଳ ଶାଖା ଘଟଣାକୁ ନେଇ ଷ୍ଟୁଡେଣ୍ଟ୍ ଫେଡେରସନ୍ ଅଫ୍ ଇଣ୍ଡିଆ ଉପରେ ଅଭିଯୋଗ ଲଗାଇଥିଲା ।
କଂଗ୍ରେସ କହିଥିଲା ଯେ, କେରଳ ସରକାରଙ୍କ ନିର୍ଦ୍ଦେଶରେ ରାହୁଲଙ୍କ କାର୍ଯ୍ୟାଳୟରେ ଭଙ୍ଗାରୁଜା କରାଯାଇଥିଲା । ଆହୁରି ମଧ୍ୟ ଭଙ୍ଗାରୁଜା ବେଳେ ଘଟଣାସ୍ଥଳରେ ଉପସ୍ଥିତ ଥିବା ପୋଲିସ ଅଧିକାରୀ ଚୁପ୍ ରହିଥିଲେ । ତେଣୁ ଏତେ ବଡ ଅଘଟଣ ଘଟିଥିଲା ।
Back to top button