ସାଲେପୁର: କଟକ ସଦର ବ୍ଲକ୍ ଅନ୍ତର୍ଗତ ୪୨ ମୌଜା ଅଞ୍ଚଳରେ ଥିବା ସମସ୍ତ ହାଇସ୍କୁଲରେ ଚଳିତ ମାଟ୍ରିକ ପରୀକ୍ଷାରେ ଏ୧ ଏବଂ ଏ୨ରେ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀମାନଙ୍କୁ ସମ୍ବର୍ଦ୍ଧନା । ଏଥିପାଇଁ ୪୨ମୌଜା କଳପଡା ପଞ୍ଚାୟତ କଲ୍ୟାଣ ମଣ୍ଡପରେ ସମ୍ବର୍ଦ୍ଧନା ସମାରୋହ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଅଧ୍ୟାପକ ସ୍ବାଧିନ ଷଡ଼ଙ୍ଗୀ ସମ୍ବର୍ଦ୍ଧନା ସମାରୋହରେ ସଭାପତିତ୍ବ କରିଥିଲେ । ମୁଖ୍ୟ ଅତିଥି ଭାବେ ପୂର୍ବତନ ମନ୍ତ୍ରୀ ତଥା କଟକ ସଦର ବିଧାୟକ ଚନ୍ଦ୍ର ସାରଥୀ ବେହେରା ଯୋଗଦେଇଥିଲେ । ଯେତେ ଉଚ୍ଚସ୍ତରକୁ ଗଲେବି ଶିକ୍ଷା ଅର୍ଜନ କରିଥିବା ସ୍କୁଲ ଏବଂ ଜନ୍ମଭୂମିକୁ ଜୀବନରେ ଭୁଲିବ ନାହିଁ ବୋଲି ଉପସ୍ଥିତ ଛାତ୍ରଛାତ୍ରୀଙ୍କୁ କହିଥିଲେ।

ଏହି କାର୍ଯ୍ୟକ୍ରମରେ କଟକ ସଦର ବ୍ଲକ୍ ବିଡିଓ ରାଜୀବ ଲୋଚନ ପରିଡା, ଆସିଷ୍ଟାଣ୍ଟ ଇଞ୍ଜିନିୟର ବିକାଶ କୁମାର ଭୁୟାଁ ପ୍ରମୁଖ ଯୋଗ ଦେଇଥିଲେ । ଶ୍ରୀରାମଦଧିବାମନପୁରରେ ଅବସ୍ଥିତ ସରସ୍ବତୀ ବିଦ୍ୟାମନ୍ଦିରର ଛାତ୍ର ଦିପ୍ତେଶ ସେନାପତି ୯୫ ପ୍ରତିଶତରୁ ଅଧିକ ମାର୍କ ରଖି ଉତ୍ତୀର୍ଣ୍ଣ ହୋଇଥିବାରୁ ମାନପତ୍ର ସହିତ ଟ୍ରଫି ପ୍ରଦାନ କରିଥିଲେ । ସେହିପରି ୮୦ ପ୍ରତିଶତରୁ ଉର୍ଦ୍ଧ୍ବ ମାର୍କ ରଖିଥିବା ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା କରାଯିବା ସହ ସ୍କୁଲର ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ମଧ୍ୟ ସମ୍ମାନୀତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ଅଞ୍ଚଳର ଜନସାଧାରଣଙ୍କ ସହ ଅଭିଭାବକମାନେ ଯୋଗ ଦେଇଥିଲେ।
Back to top button