ଜାତୀୟ

ବାଡ଼ ହଟେଇ ନିଜେ ଶ୍ରମିକଙ୍କ ନିକଟକୁ ଗଲେ ମୋଦି, ପଚାରିଲେ ଏହି ୫ ମଜାଦାର ପ୍ରଶ୍ନ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଜି ସଂସଦ ଭବନ ଛାତରେ ଅଶୋକ ସ୍ତମ୍ବ ଉଦଘାଟନ କରିଛନ୍ତି। ଏଠାରେ ୬.୫ ମିଟର ଉଚ୍ଚର ଅଶୋକ ସ୍ତମ୍ବ ଲଗାଯାଇଛି। ଅଶୋକ ସ୍ତମ୍ବ ଉଦଘାଟନ କରିବା ପରେ ପ୍ରଧାନମନ୍ତ୍ରୀ ଏହାକୁ ନିର୍ମାଣ କରିବା ସହ ଏଠାରେ ଏହାକୁ ଲଗାଇଥିବା ଶ୍ରମିକଙ୍କ ସହ କଥାବାର୍ତ୍ତା କରିଥିଲେ। ଏଥି ପାଇଁ ମୋଦି ନିଜ ବାଡ ହଟେଇ ଶ୍ରମିକଙ୍କ ନିକଟକୁ ଯାଇଥିଲେ। ଏଠାରେ ପ୍ରଧାନମନ୍ତ୍ରୀ ଶ୍ରମିକଙ୍କ ସହ କିଛି ସମୟ କଥାବାର୍ତ୍ତା ହୋଇଥିଲେ। ଏଥିରେ ସେ ଶ୍ରମିକଙ୍କୁ ପଚାରିଥିଲେ ୫ଟି ପ୍ରଶ୍ନ। ଆସନ୍ତୁ ଜାଣିବା ପଚାରିଥିଲେ କ’ଣ?

ପ୍ରଥମ ପ୍ରଶ୍ନ : ଆପଣମାନଙ୍କୁ କଣ ଲାଗୁଛି ବିଲ୍ଡିଂ ନିର୍ମାଣ କରୁଛ ନା ଇତିହାସ?
ଉତ୍ତର : ଆମେ ଇତିହାସ ନିର୍ମାଣ କରୁଛୁ ଗଣତନ୍ତ୍ରର ମନ୍ଦିର।

ଦ୍ୱିତୀ ପ୍ରଶ୍ନ : ଅଶୋକ ସ୍ତମ୍ବ ନିର୍ମାଣ କରିବା ବେଳେ ଓ ଏକ ଘର ନିର୍ମାଣ କରିବା ବେଳେ ଆପଣଙ୍କୁ କେଉଁ ଫରକ ଅନୁଭବ ହୋଇଛି।
ଉତ୍ତର:  ଗର୍ବ ଅନୁଭବ ହୋଇଛି।

ତୃତୀୟ ପ୍ରଶ୍ନ : ମୁଁ ଆପଣଙ୍କ ପାଖକୁ ଆସିବା ଆପଣଙ୍କୁ କିପରି ଲାଗୁଛି?
ଉତ୍ତର : ବହୁତ ଭଲ ଲାଗୁଛି ସାର, ସବରୀ ମାଙ୍କ କୁଡିଆକୁ ଭଗବାନ ଶ୍ରୀରାମ ଚନ୍ଦ୍ର ଆସିବା ପରି ଲାଗୁଛି। ଏହା ଶୁଣି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଲେ ବାଃ ଏହା ତୁମକୁ କୁଡିଆ ଭଳି ଲାଗୁଛି ବାଃ, ଏହା ଶୁଣି ସମସ୍ତେ ହସିଲେ।

ପ୍ରଶ୍ନ ୪: ଆପଣଙ୍କ ମଧ୍ୟକୁ କାହାକୁ କରୋନା ହୋଇ ନଥିଲା ତ?
ଉତ୍ତର : ନା ଆମକୁ କାହାକୁ କରୋନା ହୋଇନି ଆମେ ସବୁ ଦୁଇ ଡୋଜ ଟିକା ନେଇଛୁ, ଏଥିରେ ଜଣା ବୁଷ୍ଟର ଡୋଜ ନେଇଥିବା କହିଥିଲେ, ଏଥିରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ ସତରେ ଆପଣମାନେ ବଡ଼ ସତର୍କ ।

ପ୍ରଶ୍ନ ୫: ଆପଣମାନଙ୍କୁ ସରକାରୀ ରେସନ ଯୋଜନାର ଲାଭ ମିଳୁଛି କି ନା ?
ଉତ୍ତର: ହଁ ସାର ଆମକୁ ଠିକ୍ ସମୟରେ ରେସନ ମିଳିଯାଉଛି। ଆପଣ ଆମମାନଙ୍କ ନିକଟକୁ ଆସିବା ଆମକୁ ଉତ୍ସାହିତ କରିଛି। ଏବେ ଆମେ ଆହୁରି ଉତ୍ସାହ ସହ କାମ କରିବୁ । ଜବାବରେ ପ୍ରଧାନମନ୍ତ୍ରୀ ଆମର ଉତ୍ସାହ ତ ଆପଣମାନେ ବଢେଇଛନ୍ତି। ଆପଣମାନେ ସମୟ ମଧ୍ୟରେ କାମ କରିଛନ୍ତି।

Related Articles

Back to top button
WP Twitter Auto Publish Powered By : XYZScripts.com