ଜାତୀୟରାଜନୀତି

ଗୋଆ ପରେ ଉତ୍ତରାଖଣ୍ଡ କଂଗ୍ରେସରେ ବିଦ୍ରୋହ : ବରିଷ୍ଠ ନେତାଙ୍କ ବୈଠକ ପରେ ଚିନ୍ତାରେ ହାଇକମାଣ୍ଡ

ନୂଆଦିଲ୍ଲୀ: ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ଗୋଟିଏ ପରେ ଗୋଟିଏ ରାଜ୍ୟରେ ବିରୋଧୀ ଦଳଙ୍କ ମଧ୍ୟରେ ଫାଟ ଦେଖିବାକୁ ମିଳିଛି । ଗୋଆ କଂଗ୍ରେସରେ ବିଦ୍ରୋହ ପରେ ଏବେ ଉତ୍ତରାଖଣ୍ଡ କଂଗ୍ରେସରେ କିଛି ଠିକ୍ ନଥିବା ଦେଖିବାକୁ ମିଳିଛି । ସୋମବାର ଦିନରେ ଦଳର ଦୁଇଜଣ ନେତା ଦଳରୁ ଅଲଗା ହୋଇଥିଲେ । ସେହିପରି ସନ୍ଧ୍ୟାରେ ଆଉ କିଛି ନେତା ହରକ ସିଂ ରାଓ୍ୱତଙ୍କ ଘରେ ବୈଠକ କରିଥିଲେ । ହରକ ସିଂଙ୍କ ସକ୍ରିୟତା ଓ ଦଳୀୟ ନେତାଙ୍କ ବୈଠକ ପରେ କଂଗ୍ରେସ ମୁଖିଆଙ୍କ ଚିନ୍ତା ବଢିଯାଇଛି ।

କିଛିଦିନ ପୂର୍ବରୁ ବିଧାନସଭା ନିର୍ବାଚନ ବେଳେ କଂଗ୍ରେସ ନେତାଙ୍କ କଳି ଦାଣ୍ଡକୁ ଆସିଥିଲା । ଦଳରୁ ଦୈନିକ ନେତା ଇସ୍ତଫା ଦେଇଥିଲେ । ନିର୍ବାଚନ ପରିଣାମ ଆସିଲା ପରେ ବି ନେତା କଂଗ୍ରେସର ମୁହଁ ଭାଙ୍ଗୁଛନ୍ତି । ଏହାମଧ୍ୟରେ ହରକ ସିଂଙ୍କ ଘରେ କଂଗ୍ରେସର ବରିଷ୍ଠ ନେତାଙ୍କ ବୈଠକ ଦଳୀୟ ହାଇକମାଣ୍ଡଙ୍କ ପାଇଁ ଅଡୁଆ ବଢାଇଛି ।

କୁହାଯାଉଛି ଯେ, ହରକ ସିଂଙ୍କ ଘରେ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ  ତଥା ବିଧାୟକ ପ୍ରୀତମ ସିଂ, ବିରୋଧୀ ଦଳ ନେତା ଭୁବନ କାପଡି, ଲାଲଚାନ୍ଦ ଶର୍ମା, ବିଜୟପାଲ ସଜବାନ ଉପସ୍ଥିତ ଥିଲେ । ଏମାନଙ୍କ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ବୈଠକ ହୋଇଥିଲା । ତେବେ କେଉଁ ପ୍ରସଙ୍ଗରେ ଏମାନେ ଆଲୋଚନା କରିଥିଲେ ତାହା ଏବେସୁଦ୍ଧା ସ୍ପଷ୍ଟ ହୋଇପାରି ନାହିଁ ।

ଏହି ବୈଠକ ପରେ ଉତ୍ତରାଖଣ୍ଡ କଂଗ୍ରେସରେ କିଛି ଠିକ୍ ନଥିବା ଏକପ୍ରକାର ସ୍ପଷ୍ଟ ହୋଇଛି । ୨୦୧୭ ବିଧାନସଭା ନିର୍ବାଚନ ପୂର୍ବରୁ ଦଳର ୯ ବିଧାୟକ ବିଜେପିରେ ଯୋଗ ଦେଇଥିଲେ । ସେତେବେଳେ ବି ହରକ ସିଂ ସକ୍ରିୟ ଥିଲେ । ୨୦୨୨ରେ କଂଗ୍ରେସ ଉତ୍ତରାଖଣ୍ଡରେ ସରକାର ଗଠନ କରିବ ବୋଲି ଆଶାବାଦୀ ଥିଲେ ମଧ୍ୟ ସଫଲତା ପାଇନଥିଲା ।

Related Articles

Back to top button
WP Twitter Auto Publish Powered By : XYZScripts.com