ଜାତୀୟ

ଇଣ୍ଡିଗୋ ପରେ ସାମୂହିକ ଛୁଟିରେ ଗଲେ ଆଉ ଏକ ବିମାନ କମ୍ପାନୀ କର୍ମଚାରୀ।

ବିମାନ କମ୍ପାନୀର ଆୟ କମିବା କାରଣରୁ ଗତ ୨ ବର୍ଷ ତଳେ କର୍ମଚାରୀଙ୍କ ଦରମା ହ୍ରାସ କରାଯାଇଥିଲା । ଆଉ ବର୍ତ୍ତମାନ ଏହାର ପ୍ରଭାବ ଦେଖିବାକୁ ମିଳୁଛି । ଅନେକ କର୍ମଚାରୀ ସେମାନଙ୍କ ଦରମାକୁ ନେଇ ଅସନ୍ତୋଷ ପ୍ରକାଶ କରୁଥିବା ବେଳେ ଦରମା ବଢାଇବା ପାଇଁ ଦାବି କରୁଛନ୍ତି । ସେମାନେ ଏଥିପାଇଁ ବିଭିନ୍ନ ପ୍ରକାର ଉଦ୍ୟମ କରୁଥିବା ଦେଖିବାକୁ ମଧ୍ୟ ମିଳିଛି । ନିକଟରେ ଗୋ ଫାଷ୍ଟ କମ୍ପାନୀର କର୍ମଚାରୀ ସମୂହ ଛୁଟିରେ ଚାଲିଯାଇଛନ୍ତି । ବିମାନର ବୈଷୟିକ କାମ ଦେଖୁଥିବା ଏହି କର୍ମଚାରୀ ସାମୂହିକ ଭାବେ ଛୁଟିରେ ଚାଲିଯାଇଛନ୍ତି । ଅଳ୍ପ ଦରମାର ବିରୋଧ କରିବାସହ ଗତ ୩ ଦିନ ଧରି ସେମାନେ ଛୁଟିରେ ରହିଛନ୍ତି । ସମସ୍ତ କର୍ମଚାରୀ ପ୍ରାୟତଃ ସ୍ୱାସ୍ଥ୍ୟ କାରଣ ଦେଖାଇ ଛୁଟି ନେଇଛନ୍ତି । କମ୍ପାନୀ ଏଭଳି କର୍ମଚାରୀଙ୍କ ବିରୋଧରେ ଅନୁଶାସନାତ୍ମକ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି । ଗୋ ଫାଷ୍ଟର ବୈଷୟିକ କର୍ମଚାରୀ ଗତ ୩ ଦିନ ଧରି ସ୍ୱାସ୍ଥ୍ୟ ଖରାପ ଥିବା ଦର୍ଶାଇ ଛୁଟିରେ ଯାଇଛନ୍ତି । ବିମାନ ପ୍ରବନ୍ଧନ ବିଭାଗକୁ ଏ ସମସ୍ତେ ଇମେଲ ଜରିଆରେ ବେତନ ବଢାଇବାକୁ କହିଛନ୍ତି । ବିମାନ କମ୍ପାନୀ କିନ୍ତୁ ଏ ନେଇ କୌଣସି ପ୍ରକାର ସୂଚନା ଦେଇନାହିଁ ।

Related Articles

Back to top button
WP Twitter Auto Publish Powered By : XYZScripts.com