କ୍ରୀଡ଼ା

କାବୁଲ ଇଣ୍ଟରନ୍ୟାସନାଲ ଷ୍ଟାଡିୟମରେ ଆତ୍ମଘାତୀ ବିସ୍ଫୋରଣ

କାବୁଲ, ୩୦/୦୭/୨୦୨୨- କାବୁଲ ଇଣ୍ଟରନ୍ୟାସନାଲ ଷ୍ଟାଡିୟମରେ ଆତ୍ମଘାତୀ ବିସ୍ଫୋରଣ । ଫଳରେ କିଛି ଦର୍ଶକ ଗୁରୁତର ଆହତ ହୋଇଛନ୍ତି । ଶୁକ୍ରବାର ପାମୀର ଜାଲମି ଓ ବନ୍ଦ-ଏ-ଅମୀର ଡ୍ରାଗନ୍ ମଧ୍ୟରେ ଟି-୨୦ର ଲାଇଭ ମ୍ୟାଚ୍ ଚାଲିଥିବାବେଳେ ବିସ୍ଫୋରଣ ହୋଇଥିଲା । ହେଲେ ଅଳ୍ପକେ ବର୍ତ୍ତିଛନ୍ତି କ୍ରିକେଟର । ଦୁଇ ଦଳର ଖେଳାଳିଙ୍କୁ ତୁରନ୍ତ ବଙ୍କର ଭିତରକୁ ନିଆଯାଇଥିଲା । ଆତ୍ମଘାତୀ ବିସ୍ଫୋରଣ ପରେ ଷ୍ଟାଡିୟମରେ ହଇଚଇ ସୃଷ୍ଟି ହୋଇଥିଲା । ଆଫଗାନିସ୍ତାନରେ ତାଲିବାନ୍ ଶାସନ ପରେ  କ୍ରିକେଟ ଉପରେ କଟକଣା ଲାଗିନାହିଁ । ହେଲେ ଏଠାରେ ଖେଳାଳି ଯେ ସୁରକ୍ଷିତ ନୁହଁନ୍ତି ତାହା ଏହି ଘଟଣାରୁ ସ୍ପଷ୍ଟ ହୋଇଛି ।  ଏହି ମ୍ୟାଚରେ ଆଫଗାନିସ୍ତାନ ପାଇଁ ବିଶ୍ୱ କପ୍ ଖେଳିଥିବା କିଛି ଖେଳାଳି ମଧ୍ୟ ସାମିଲ ଥିଲେ ।  ବିସ୍ଫୋରଣ ସମୟରେ ସଂଯୁକ୍ତ ରାଷ୍ଟ୍ର ଅଧିକାରୀମାନେ ମଧ୍ୟ ପଡିଆରେ ଉପସ୍ଥିତ ଥିଲେ ।

Related Articles

Back to top button
WP Twitter Auto Publish Powered By : XYZScripts.com