ଓଡ଼ିଶା

ଆସନ୍ତାକାଲି ୧୨ ଘଣ୍ଟା ବନ୍ଦ ରହିବ ମା’ ତାରିଣୀଙ୍କ ଦର୍ଶନ

କେନ୍ଦୁଝର: ଆସନ୍ତାକାଲି ଶ୍ରଦ୍ଧାଳୁଙ୍କ ପାଇଁ ବନ୍ଦ ରହିବ ମା’ ତାରିଣୀଙ୍କ ଦର୍ଶନ । ସକାଳ ୬ଟାରୁ ସନ୍ଧ୍ୟା ୬ଟା ୩୦ ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ। ଏନେଇ ମନ୍ଦିର ଟ୍ରଷ୍ଟ ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି।

ଆଷାଢୀ ପର୍ବ ପାଇଁ ଦୀର୍ଘ ୧୨ ଘଣ୍ଟା କାଳ ବନ୍ଦ ରହିବ ସାଧାରଣ ଦର୍ଶନ । ନିଜ ଭକ୍ତ ଓ ସମାଜର ମଙ୍ଗଳ ପାଇଁ ଏହି ସମୟରେ ଉପବାସ ବ୍ରତ ପାଳନ କରିବେ ମା’ । ସବୁ ଦେବାଦେବୀଙ୍କ ନିକଟରେ ନିଜ ମନସ୍କାମନା ପୂର୍ଣ୍ଣ କରିବା ପାଇଁ ଭକ୍ତ ଉପବାସ ରହିଥାନ୍ତି । ହେଲେ ମା’ ତାରିଣୀଙ୍କ କ୍ଷେତ୍ରରେ ଦେଖାଦେଇଥାଏ ବ୍ୟତିକ୍ରମ । ଭକ୍ତର ମକସ୍କାମନା ପୂରଣ ପାଇଁ ଏଠାରେ ମା’ ଉପାସ ରହିଥାନ୍ତି। ଫଳରେ ଏହି ସମୟରେ ଶ୍ରଦ୍ଧାଳୁଙ୍କ ଦର୍ଶନ ବନ୍ଦ ରହିବ ବୋଲି ମିଳିଛି ସୂଚନା ।

ସନ୍ଧ୍ୟା ସମୟରେ ୨୧ ମୌଜାର ଦେହୁରୀ ଗାଁର ସେବକମାନେ ମା’ଙ୍କ ନିକଟରେ ଭୋଗ ଲଗାଇଥାନ୍ତି। ପରେ ସର୍ବସାଧାରଣ ଦର୍ଶନ ନିମନ୍ତେ ଖୋଲା ହୁଏ ମା’ଙ୍କ ଦ୍ୱାର। ସନ୍ଧ୍ୟା ୬.୩୦ରୁ ରାତି ୧୦ ଯାଏ ହୋଇଥାଏ ସାଧାରଣ ଦର୍ଶନ ।

Related Articles

Back to top button
WP Twitter Auto Publish Powered By : XYZScripts.com