ଓଡ଼ିଶା

ରାଷ୍ଟ୍ରପତି ନିର୍ବାଚନ ଭୋଟ ଗ୍ରହଣ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି; କଡା ସୁରକ୍ଷା ବଳୟରେ ପହଞ୍ଚିଲା ଭୋଟ୍ ବାକ୍ସ

ଭୁବନେଶ୍ୱର, ୧୩/୦୭/୨୦୨୨ – ରାଷ୍ଟ୍ରପତି ନିର୍ବାଚନ ଭୋଟ୍ ଗ୍ରହଣ ପାଇଁ ଓଡିଶାରେ ପହଁଞ୍ଚିଛି ବାଲାଟ୍ ବକ୍ସ ଏବଂ ନିର୍ବାଚନ ସମ୍ପର୍କିତ ସମସ୍ତ ସାମଗ୍ରୀ । ବିଜୁ ପଟ୍ଟନାୟକ ବିମାନ ବନ୍ଦରରୁ ସମସ୍ତ ସାମଗ୍ରୀ ଆସିବା ପରେ ଓଡିଶା ବିଧାନ ସଭା ପରିସରରେ ଥିବା ଷ୍ଟ୍ରଙ୍ଗରୁମରେ ୨୪ ଘଣ୍ଟିଆ ସୁରକ୍ଷା ବଳୟ ମଧ୍ୟରେ ଏହାକୁ ରଖାଯାଇଛି। ସେପଟେ ଓଡିଶା ବିଧାନସଭା ସଚିବାଳୟ ପକ୍ଷରୁ ରାଷ୍ଟ୍ରପତି ନିର୍ବାଚନ ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି । ବିଧାନସଭାର ୫୪ ନମ୍ବର କଠୋରୀରେ ଆସନ୍ତା ଜୁଲାଇ ୧୮ ତାରିଖରେ ସକାଳ ୧୦ଟାରୁ ସନ୍ଧ୍ୟା ୫ଟା ଯାଏଁ ଭୋଟ ଗ୍ରହଣ ହେବ । ବିଧାନସଭାର ସମସ୍ତ ନିର୍ବାଚିତ ପ୍ରତିନିଧି ଏଠାରେ ଭୋଟ ଦେବେ । ଯଦି କୌଣସି ସାଂସଦ ଏଠାରେ ଭୋଟ ଦେବାକୁ ଚାହାଁନ୍ତି ତେବେ ଭାରତ ନିର୍ବାଚନ କମିସନଙ୍କ ଠାରୁ ଅନୁମତି ଆଣି ପ୍ରିଜାଇଡିଂ ଅଫିସରଙ୍କୁ ଦେଖାଇ ଭୋଟ ଦେଇପାରିବେ ବୋଲି ବିଜ୍ଞପ୍ତିରେ କୁହାଯାଇଛି । ଏହି ବାଲାଟ ବକ୍ସ ବିମାନର ପାସେଞ୍ଜର ସିଟରେ ଆସେ । ମିଷ୍ଟର ବାଲାଟ୍ ବକ୍ସ ନାଁରେ ବୁକିଂ ହୁଏ ଟିକେଟ୍ । କାର୍ଗୋ ବା ମାଲ୍ ଭଳି ଏହି ବାଲାଟ ବାକ୍ସ ଆସେ ନାହିଁ । ୧୯୬୯ରୁ ଏହି ପରମ୍ପରା ଚାଲିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com