ଓଡ଼ିଶା

ୟୁକ୍ରେନ ଫେରନ୍ତା ଡାକ୍ତରୀ ଛାତ୍ରଛାତ୍ରୀଙ୍କ ବିକ୍ଷୋଭ ଶୋଭାଯାତ୍ରା; ଭବିଷ୍ୟତ ସଜାଡିବା ନେଇ ଲୋଡିଲେ ସରକାରଙ୍କ ହସ୍ତକ୍ଷେପ

ଭୁବନେଶ୍ୱର, ୧୩/୦୭/୨୦୨୨ – ୟୁକ୍ରେନ ଫେରନ୍ତା ଛାତ୍ରଛାତ୍ରୀମାନେ ନିଜର ଭବିଷ୍ୟତ ନେଇ ଦ୍ୱନ୍ଦ୍ୱରେ ଥିବାବେଳେ ସେମାନେ ରାଜ୍ୟ ସରକାରଙ୍କ ସାହାଯ୍ୟ ଲୋଡିଛନ୍ତି । ବିଶେଷକରି ଅଧା ପାଠପଢା କିଭଳି ଶେଷ ହେବ ସରକାରଙ୍କ ହସ୍ତକ୍ଷେପ ଲୋଡିଛନ୍ତି । ଏଥିନେଇ ବୁଧବାର ୟୁକ୍ରେନ ଫେରନ୍ତା ଡାକ୍ତରୀ ଛାତ୍ରଛାତ୍ରୀ ଭୁବନେଶ୍ୱର ଲୋୟର ପିଏମଜିରେ ଧାରଣା ଓ ଶୋଭାଯାତ୍ରା କରିଥିଲେ । ଦୁଇ ଶହରୁ ଅଧିକ ଛାତ୍ରଛାତ୍ରୀ ଏହି ଶୋଭାଯାତ୍ରାରେ ସାମିଲ ହୋଇଥିଲେ । ଫେବ୍ରୁୟାରୀ ମାସରେ ୟୁକ୍ରେନ ଉପରେ ରୁଷିଆର ଆକ୍ରମଣ ପରେ ସେଠାରେ ଡାକ୍ତରୀ ପାଠ ପଢୁଥିବା ଛାତ୍ରଛାତ୍ରୀ ଭାରତ ଫେରିଆସିଥିଲେ । ତେବେ ଅଧାରେ ରହିଥିବା ତାଙ୍କ ପାଠ ପଢାକୁ ସମ୍ପୂର୍ଣ୍ଣ କରିବା ପାଇଁ କେନ୍ଦ୍ର ସରକାର ସମ୍ପୂର୍ଣ୍ଣ ସହାୟତା ଯୋଗାଇ ଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଏବେ ଏହି ଛାତ୍ରଛାତ୍ରୀମାନେ ଅନଲାଇନରେ କ୍ଲାସ କରିଥିବା ବେଳେ ପ୍ରାକ୍ଟିକାଲ କରିପାରୁନାହାନ୍ତି । ତେଣୁ ଏନେଇ ତାଙ୍କୁ ସହାୟତା କରିବାକୁ ଦାବି କରିଛନ୍ତି । ଏହାସହ ଏନଏମସି ବା ନ୍ୟାସନାଲ ମେଡିକାଲ କମିଶନ ନିୟମ କୋହଳ କରି ସେମାନଙ୍କୁ ଦେଶ ଭିତରେ ଗୋଟିଏ ସମୟ ପାଇଁ ସିଟ୍ ବଢାଇ ଆଡମିଶନ ପାଇଁ ସରକାର ବ୍ୟବସ୍ଥା କରନ୍ତୁ ବୋଲି ମେଡିକାଲ ଛାତ୍ରଛାତ୍ରୀ ଦାବି କରିଛନ୍ତି । ୟୁକ୍ରେନରେ ରୁଷିଆର ଆକ୍ରମଣ ଜାରି ରହିଥିବା ବେଳେ ମେଡିକାଲ କଲେଜ ଗୁଡିକ ବନ୍ଦ ରହିଛି । ଏଭଳି ସମୟରେ ରାଜ୍ୟ ସରକାରଙ୍କ ସହାୟତାକୁ ଅପେକ୍ଷା କରି ରହିଛନ୍ତି ଡାକ୍ତରୀ ଛାତ୍ରଛାତ୍ରୀ ।

Related Articles

Back to top button
WP Twitter Auto Publish Powered By : XYZScripts.com