ଓଡ଼ିଶା

୧୦୦ ମିଟର ପରିଧି ବାହାରେ ନିର୍ମାଣ ହେବ ଅଭ୍ୟର୍ଥନା କେନ୍ଦ୍ର

ପୁରୀ: ବ୍ୟାପକ ତର୍ଜମା, ଟଣାଓଟରା ଏବଂ ବାଦବିବାଦ ପରେ ଶ୍ରୀମନ୍ଦିର ପ୍ରଶାସନ -ଆର୍କୋଲୋଜିକାଲ ସର୍ଭେ ଅଫ୍ ଇଣ୍ଡିଆର ପରାମର୍ଶ ଗ୍ରହଣ କରିଛି । ତଦନୁଯାୟୀ ବଦଳିବ ଶ୍ରୀମନ୍ଦିର ଚତୁଃପାର୍ଶ୍ୱ ପରିକ୍ରମା ମାର୍ଗ ନକ୍ସା । ୧୦୦ ମିଟର ପରିଧି ବାହାରେ ନିର୍ମାଣ କରାଯିବ ଶ୍ରୀ ଜଗନ୍ନାଥ ଅଭ୍ୟର୍ଥନା ପ୍ରକୋଷ୍ଠ । ପରିକ୍ରମା ପ୍ରକଳ୍ପ ପ୍ରସଙ୍ଗରେ ହାଇକୋର୍ଟଙ୍କ ସତ୍ୟପାଠ ପରେ ପ୍ରଥମ ଥର ପାଇଁ ଏଏସଆଇ ଟିମ୍ ପୁରୀରେ ପହଞ୍ଚିଛି । ଘଟଣା ସ୍ଥଳରେ ସ୍ଥିତି ଅନୁଧ୍ୟାନ କରିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ବୀରବିକ୍ରମ ଯାଦବ ଓ ଏଏସଆଇ ସୁପଟେଣ୍ଡେ ଆର୍କିଓଲୋଜିଷ୍ଟ ଅରୁଣ ମଲ୍ଲିକ । ପୁରୀ ଗସ୍ତ ଅବସରରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ସାଂସ୍କୃତିକ ଉପଦେଷ୍ଟା କମିଟି ବୈଠକ ଡ଼କାଯାଇଥିଲା । ପ୍ରକଳ୍ପ ପାଇଁ ବତ୍‌ର୍ମାନ ଉପଲବ୍ଧ ହେଉଥିବା ଜମିର ଯାଞ୍ଚ ପରେ ବାହ୍ୟ ରାସ୍ତା ନିର୍ମାଣ କରାଯିବ ବୋଲି ଗୁରୁବାର ଅନୁ ଷ୍ଠିତ ସାଂସ୍କୃତିକ ଉପଦେଷ୍ଟା କମିଟି ବୈଠଳରେ ନଷ୍ପତ୍ତି ହୋଇଛି । ଏଏସ ଆଇ ଡ଼ିଜିଙ୍କ ପରାମର୍ଶକୁ ଦୃଷ୍ଟିରେ ରଖି ୧୦୦ ମିଟର ନିଷିଦ୍ଧାଞ୍ଚଳ ବାହାରେ ହେବ ଶ୍ରୀଜଗନ୍ନାଥ ଅଭ୍ୟର୍ଥନା କେନ୍ଦ୍ର । ଅନ୍ୟ ପଟେ ଶ୍ରୀମନ୍ଦିରର ଧାର୍ମିକ ମହତ୍ତ୍ୱକୁ ନଜରରେ ରଖି ଦୂରରୁ ମୁଖ୍ୟ ମନ୍ଦିରର ଦୃଶ୍ୟମାନ ହେବାରେ ଯେଭଳି କିଛି ସମସ୍ୟା ନ ହେବ ସେଥିପାଇଁ ସୁବିଧା କେନ୍ଦ୍ରକୁ ପଛକୁ ପଛ କରି ସରଳ ଚ୍ଛବରେ ନିର୍ମାଣ କରାଯିବାକୁ ସ୍ଥିର ହୋଇଛି । ଏହାଛଡ଼ା ଶ୍ରଦ୍ଧାଳୁ ମାନେ କିଭଳି ଭଲ ଭାବେ ମନ୍ଦିରକୁ ଦେଖି ପାରିବେ, ତା ଉପରେ ବୈଠକରେ ଗୁରୁତ୍ୱ ଦିଆଯାଇଛି । ବର୍ତ୍ତମାନ ଜମିର ଉପଲବ୍ଧତା ଯାଞ୍ଚ କରିବା ପରେ ପରିକ୍ରମା ପ୍ରକଳ୍ପ ପାଇଁ ଆଉଟର ଆକ୍ସେସ ରୋଡର ବିକାଶ କରାଯିବ । ବଳକା ଜମି ଅଧିଗ୍ରହଣ ପରେ ଆବଶ୍ୟକ ସମ୍ପ୍ରସାରଣ କରାଯିବ ।

Related Articles

Back to top button
WP Twitter Auto Publish Powered By : XYZScripts.com