ଅନ୍ତର୍ଜାତୀୟଜାତୀୟରାଜନୀତି

ପ୍ରଧାନମନ୍ତ୍ରୀ ଦାୟିତ୍ୱ ନେବା ପରେ ପ୍ରଥମ କ୍ୟାବିନେଟ୍ ବୈଠକରେ ବିଭିନ୍ନ ପ୍ରଶ୍ନର ଉତ୍ତର ଦେଲେ ରିଷି ସୁନକ

ବ୍ରିଟେନ, ୨୭/୧୦/୨୦୨୨-   ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ନେବା ପରେ ପ୍ରଥମ କ୍ୟାବିନେଟ୍ ବୈଠକରେ ବିରୋଧୀ ନେତାଙ୍କ ବିଭିନ୍ନ ପ୍ରଶ୍ନର ସାମ୍ନା କରିଛନ୍ତି ରିଷି ସୁନକ । ବ୍ରିଟେନ୍ ରାଜନୀତିରେ ପ୍ରାଇମିନିଷ୍ଟର କୋଶ୍ଚିନ୍ ହେଉଛି ଏକ ହାଇ ପ୍ରୋଫାଇଲ ସାପ୍ତାହିକ କାର୍ଯ୍ୟକ୍ରମ । ପ୍ରତି ବୁଧବାର ଏହି କାର୍ଯ୍ୟକ୍ରମ ହୋଇଥାଏ । ଏହି କାର୍ଯ୍ୟକ୍ରମରେ ପ୍ରାୟ ଅଧଘଣ୍ଟା ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀଙ୍କୁ ସାଂସଦଙ୍କ ପକ୍ଷରୁ ବିଭିନ୍ନ ବିଷୟବସ୍ତୁ ଉପରେ ପ୍ରଶ୍ନ କରାଯାଇଥାଏ ।

ସେହିପରି ଭାରତୀୟ ବଂଶୋଦ୍ଭବ ସୁଏଲା ବ୍ରେଭରମ୍ୟାନଙ୍କୁ ସେ ଗୃହ ସଚିବ କରିଛନ୍ତି । ନିକଟରେ ମୁକ୍ତ ବାଣିଜ୍ୟ ରାଜିନାମାକୁ ବିରୋଧ କରି ଭାରତ ବିରୋଧରେ ମତ ରଖିଥିଲେ ସୁଏଲା । ତାଙ୍କ ବିଭାଗର ଏକ ଗୁରୁତ୍ୱପୂର୍ଣ୍ଣ ତଥ୍ୟକୁ ବିଭାଗ ବାହାରେ ପ୍ରଘଟ କରି ସମାଲୋଚନାର ଶିକାର ହୋଇଥିଲେ । ଏଥିପାଇଁ ସେ ଇସ୍ତଫା ଦେବାକୁ ବାଧ୍ୟ ହୋଇଥିଲେ ।ଏବେ ପୁଣି ଥରେ ସୁଏଲାଙ୍କୁ ଗୃହ ସଚିବ କରିଯିବାକୁ ନେଇ ପ୍ରଶ୍ନ ଉଠିଛି । ଏଥିପାଇଁ ତାଙ୍କୁ କଡ଼ା ସମାଲୋଚନା କରାଯାଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com