Featuredଓଡ଼ିଶାରାଜନୀତି

ଆଜିଠୁ ବିଧାନସଭାର ଶୀତ ଅଧିବେଶନ

ଆଜିଠୁ ବିଧାନସଭାର ଶୀତ ଅଧିବେଶନ । ଡିସେମ୍ବର ୩୧ ଯାଏ ଚାଲିବ ବିଧାନସଭା । ଆରମ୍ଭରୁ ଦିବଗଂତ ବିଧାୟକଙ୍କୁ ଶ୍ରଦ୍ଧାଞ୍ଜଳି ପାଇଁ ଶୋକ ପ୍ରସ୍ତାବ ଆଗତ ହେବ  । ଅପରାହ୍ମରେ ଉପସ୍ଥାପିତ ହେବ  ୨୦୨୨-୨୩ ଆର୍ଥିକ ବର୍ଷର ଅତିରିକ୍ତ ବଜେଟ । ଏଥର ବିନା କଟକଣାରେ ସ୍ବାଭାବିକ ଚାଲିବ ଗୃହ  । ବିଧାୟକମାନେ ନିଜ ନିଜ ଆସନରେ ବସିବା ସହ ପ୍ରେସ ଗ୍ୟାଲେରୀରେ ସାମ୍ବାଦିକମାନେ ପୂର୍ବପରି ବସି ଖବର ପରିବେଷଣ କରିବେ । ଗୃହ ଆରମ୍ଭ ହେବା ପୂର୍ବରୁ ପୂର୍ବାହ୍ନ ୧୦ଟା ୩୦ରେ ବିଧାନସଭାର ୫୪ ନମ୍ବର ପ୍ରକୋଷ୍ଠରେ ବସିବ ବିଜେଡ଼ି ବିଧାୟକ ଦଳ ବୈଠକ  । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିବାକୁ ଥିବା ବୈଠକରେ ଦଳ ଗୃହରେ କେଉଁ ପ୍ରସଙ୍ଗ ଉଠାଇବ ଏବଂ ଆଲୋଚନା ଜରିଆରେ ବିରୋଧୀଙ୍କ ସବୁ ଅଭିଯୋଗର କିପରି ଜବାବ ଦିଆଯିବ ତାହା ଉପରେ ଆଲୋଚନା ହେବ  ।

Related Articles

Back to top button
WP Twitter Auto Publish Powered By : XYZScripts.com